ରଘୁନାଥପୁର,୧୩/୧୦/୨୦୨୫ (ଓଡ଼ିଶା ସମାଚାର)- କଟକ-ପାରାଦୀପର ରାଜ୍ୟ ରାଜପଥ ର ରଘୁନାଥପୁର ଥାନା ଅନ୍ତର୍ଗତ ଗୋକୁଳପୁର ମାତା ମଠ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ସାଇକେଲ ଆରୋହୀଙ୍କର ମୃତ୍ୟୁ ହୋଇଛି । ମୃତକ ସ୍ଥାନୀୟ ଗୋକୁଳପୁର ଗାଁର ସୁମନ୍ତ ଗ୍ରାହାଚାଯ୍ୟ (୫୮ବର୍ଷ) ବୋଲି ଜଣାପଡ଼ିଛି ।
ସୂଚନା ମୁତାବକ, ଗୋକୁଳପୁର ଗ୍ରାମର ସୁମନ୍ତ ଗ୍ରାହାଚାଯ୍ୟ ସାଇକେଲ ଯୋଗେ ଘରୁ ତାରପୁର ବାଇପାସ ର ଏକ ଚଷମା ଦୋକାନକୁ ଯାଉଥିବା ବେଳେ ଏକ କାର୍ ତାଙ୍କୁ ଧକ୍କା ଦେଇଥିଲା । ସ୍ଥାନୀୟଲୋକେ ତାଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରି ତୁରନ୍ତ ରଘୁନାଥପୁର ଗୋଷ୍ଠି ସ୍ୱାସ୍ଥ୍ୟୃ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ସୁମନ୍ତକୁ ମୃତ ଘୋଷଣା କରିଥିଲେ।
