ଦୁଇଟି ଯାତ୍ରୀବାହୀ ବସ ମଧ୍ୟରେ ଧକ୍କା, କୋଡିଏ ରୁ ଅଧିକ ଆହତ

ସାଲେପୁର,୧୧/୦୪/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା )- ଆଜି ସକାଳେ କଟକ ଚାନ୍ଦବାଲି ରାଜପଥ ର ସାଲେପୁର ଭାତପଡା ନିକଟରେ କେନ୍ଦ୍ରାପଡ଼ା ରୁ କଟକ ଅଭିମୁଖେ ଯାଉଥିବା ମହାଲକ୍ଷ୍ମୀ ଓ ପପୁ ନାମକ ଦୁଇଟି ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହେବାରୁ ପ୍ରାୟ କୋଡିଏ ଉର୍ଦ୍ଧ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଉଭୟ ବସ ପ୍ରତିଯୋଗିତା ମୂଳକ ଭାବେ ପରସ୍ପର କୁ ଓଭର ଟେକ ଉଦ୍ୟମ କଲାବେଳେ ଏହି ଦୁର୍ଘଟଣା ଘଟିଥିଲା ।

୧୦ ଜଣରୁ ଉର୍ଦ୍ଧ ଗୁରୁତର ଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଉଭୟ ବସ ରେ ପଚାଶ ରୁ ଉର୍ଦ୍ଧ ଯାତ୍ରୀ ରହିଥିବା ସୂଚନା ମିଳିଛି । ତେବେ ଏକ ବଡଧରଣର ଦୁର୍ଘଟଣା ରୁ ଅଳ୍ପକେ ଯାତ୍ରୀମାନେ ବର୍ତ୍ତୀ ଯାଇଥିବା ଆଲୋଚ୍ୟ ବିଷୟ ହୋଇଛି ।

Leave a Reply

Your email address will not be published. Required fields are marked *