ଦୁର୍ବୃତ୍ତ ଙ୍କ ଗୁଳି ମାଡ଼ରେ ଏମ୍ସ ର ଜଣେ କର୍ମଚାରୀ ମୃତ

ଭୁବନେଶ୍ୱର,୧୩/୧୦/୨୦୨୫ (ଓଡ଼ିଶା ସମାଚାର)- ଭୁବନେଶ୍ୱର ଏମ୍ସ ର ଜଣେ କର୍ମଚାରୀଙ୍କୁ ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଛନ୍ତି । ଭୁବନେଶ୍ୱର ଏମ୍ସ ର କର୍ମଚାରୀ ସୁଧାଂଶୁ ଖୁଣ୍ଟିଆ ଡ୍ୟୁଟିକୁ ଆସୁଥିବା ବେଳେ ତାଙ୍କୁ ଗୋଡାଇ ଗୋଡାଇ ଗୁଳି କରି ହତ୍ୟା କରିଥିବା ଜଣାପଡିଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ସୁଧାଂଶୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏମ୍ସରେ ଭର୍ତ୍ତି କରାଯାଇଥିଲା, ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।


ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ୱର ଏମ୍ସ ର କର୍ମଚାରୀ (ଲ୍ୟାବ୍ ଆସିଷ୍ଟାଣ୍ଟ) ସୁଧାଂଶୁ ଖୁଣ୍ଡିଆ ଙ୍କ ଘର ସରକନ୍ତାର ଗାଁରେ । ସେ ଡ୍ୟୁଟିକୁ ଆସୁଥିବା ବେଳେ ରଣସିଂହପୁରରେ ତାଙ୍କୁ ଦୁର୍ବୃତ୍ତ ଗୋଡାଇ ଗୋଡାଇ ତିନି ରାଉଣ୍ଡ ଗୁଳି କରିଥିଲେ । ଘଟଣାସ୍ଥଳରେ ଖଣ୍ଡଗିରି ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଜମିବାଡି ଘଟଣାକୁ ନେଇ ଗୁଳିମାଡ ହୋଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *