ଉତ୍କଳ ସାହିତ୍ୟ ସମାଜ ନିର୍ବାଚନ : ଗୋବିନ୍ଦ ଚାନ୍ଦ ସଭାପତି ଓ ରାଜୀବ ଷଡ଼ଙ୍ଗୀ ସାଧାରଣ ସମ୍ପାଦକ ନିର୍ବାଚିତ

( ଦୁଇ ପ୍ୟାନେଲ୍ ଫିପଟି ଫିପ୍ଟି )

କଟକ ୧୩/୧୦/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା) – ରାଜ୍ୟର ଶତାୟୁ ସାହିତ୍ୟ ସଂଗଠନ ଉତ୍କଳ ସାହିତ୍ୟ ସମାଜର ତ୍ରୈବାର୍ଷିକ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଭାବେ ଡ. ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଦ୍ୱିତୀୟ ଥର ନିର୍ବାଚିତ ହୋଇଥିବା ବେଳେ ସାଧାରଣ ସମ୍ପାଦକ ଭାବେ ରାଜୀବ କୁମାର ଷଡ଼ଙ୍ଗୀ ବିଜୟ ହାସଲ କରିଛନ୍ତି। ସଭାପତି ଶ୍ରୀ ଚାନ୍ଦ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟଙ୍କୁ ପରାସ୍ତ କରିଛନ୍ତି।

ସେହିପରି ସାଧାରଣ ସମ୍ପାଦକ ଶ୍ରୀ ଷଡ଼ଙ୍ଗୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସରୋଜିନୀ ମିଶ୍ରଙ୍କୁ ହରାଇଛନ୍ତି। ଉପସଭାପତି ଭାବେ ବ୍ରହ୍ମାନନ୍ଦ ବିଶ୍ୱାଳ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଜୀବନାନନ୍ଦ ଅଧିକାରୀଙ୍କୁ ହରାଇ ବିଜୟୀ ହୋଇଛନ୍ତି। ସଙ୍ଗଠନ ସମ୍ପାଦକ ଭାବେ ଶଶିକାନ୍ତ ରାଉତ ବିଜୟୀ ହୋଇଛନ୍ତି। ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଡ. ରବୀନ୍ଦ୍ର କୁମାର ବିହାରୀଙ୍କୁ ପରାସ୍ତ କରିଥିଲେ। ପାଠାଗାର ସମ୍ପାଦକ ଭାବେ ବ୍ରହ୍ମାନନ୍ଦ ମହାନ୍ତି ଅପର ପକ୍ଷର ଡ. ନିରଞ୍ଜନ ସାହୁଙ୍କୁ ହରାଇ ବିଜୟ ହାସଲ କରିଛନ୍ତି।

କୋଷାଧ୍ୟକ୍ଷ ଭାବେ ଦିଲ୍ଲୀପ କୁମାର ଦାସ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଅଭୟ କୁମାର ରାଉତଙ୍କୁ ହରାଇ ବିଜୟୀ ହୋଇଛନ୍ତି। ଏହାଛଡ଼ା ୧୧ ଜଣିଆ କାର୍ଯ୍ୟନିର୍ବାହିକା ସମିତି ସଭ୍ୟ ଭାବେ ଆଦିତ୍ୟ ପ୍ରତାପ ଧଳ, ଡ. ବୈଜୟନ୍ତୀମାଳା ଶତପଥୀ, ମୀରା ବେଉରା, ଅମିତାଭ ଖିଲାର, ଗାୟତ୍ରୀ ଦେବୀ, ସେନାପତି ପ୍ରଦ୍ୟୁମ୍ନ କେଶରୀ, ଜେନା ଆଦିତ୍ୟ ପ୍ରତାପ ବାଘସିଂହ, ରଘୁ ସାହୁ, ଧରଣୀଧର ନାଥ, ରାଜକିଶୋର ସ୍ୱାଇଁ, ମୈତ୍ରୀ ଭୂଷଣ ଖୁଣ୍ଟିଆ ପ୍ରମୁଖ ବିଜୟ ଲାଭ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଉତ୍କଳ ସାହିତ୍ୟ ସମାଜର ନିର୍ବାଚନରେ ୬ଟି କର୍ମକର୍ତ୍ତା ଓ ୧୧ଟି କାର୍ଯ୍ୟନିର୍ବାହିକା ସମିତି ସଦସ୍ୟ ପାଇଁ ନିର୍ବାଚନ ହୋଇଥିଲା। ଏଥିରେ ସଭାପତି ଭାବେ ୩ ଜଣ, ଉପସଭାପତି ୪ ଜଣ, ସାଧାରଣ ସମ୍ପାଦକ ୨ ଜଣ, ସଂଗଠନ ସମ୍ପାଦକ ୪ ଜଣ, ପାଠଗାର ସମ୍ପାଦକ ୩ ଜଣ, କୋଷାଧ୍ୟକ୍ଷ ୨ ଜଣ ଓ କାର୍ଯ୍ୟନିର୍ବାହିକା ସମିତି ସଭ୍ୟ ଭାବେ ୨୫ ଜଣ ନିର୍ବାଚନ ଲଢ଼ିଥିଲେ। ଚଳିତ ବର୍ଷ ନିର୍ବାଚନ ବେଶ ରୋଚକ ହୋଇଥିଲା। ୨ଟି ପ୍ରମୁଖ ପ୍ୟାନେଲ୍ ସହିତ ୯ ଜଣ ସ୍ୱାଧୀନ ପ୍ରାର୍ଥୀ ଭିନ୍ନ ଭିନ୍ନ ପଦ ପାଇଁ ଲଢେଇ କରୁଥିଲେ। ବର୍ତ୍ତମାନ ସଭାପତି ଥିବା ଡ. ଗୋବିନ୍ଦ ଚାନ୍ଦଙ୍କ ପ୍ୟାନେଲ ଏହି ନିର୍ବାଚନରେ ସଭାପତି, ସଂଗଠନ ସଂପାଦକ, ପାଠାଗାର ସଂପାଦକ, କୋଷାଧ୍ୟକ୍ଷ ସହ ୫ଟି କାର୍ଯ୍ୟନିର୍ବାହିତ ସମିତି ପଦ ଜିତିଥିବା ବେଳେ ଅନ୍ୟ ପ୍ୟାନେଲ୍ ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟଙ୍କ ଟିମ୍ ଉପସଭାପତି, ସାଧାରଣ ସଂପାଦକ ସହ ୬ଟି କାର୍ଯ୍ୟନିର୍ବାହିକା ସମିତି ପଦ ବିଜୟୀ ହୋଇଛନ୍ତି।

ରବିବାର ସକାଳ ୮ଟାରୁ ନିର୍ବାଚନ ଅନୁଷ୍ଠିତ ହୋଇ ଦିନ ୨ଟାରେ ସରିଥିଲା। ଅପରାହ୍ନ ୪ଟାରୁ ଭୋଟ ଗଣତି ହୋଇ ବିଳମ୍ବିତ ରାତି ୧୨ଟାରେ ଶେଷ ହୋଇ ଫଳାଫଳ ଘୋଷଣା ହୋଇଥିଲା। ଚଳିତ ଥର ମୋଟ ୨୮୫୧ ଭୋଟରଙ୍କ ମଧ୍ୟରେ ୧୪୧୯ ଜଣ ନିଜର ମୂଲ୍ୟବାନ ମତ ସାବ୍ୟସ୍ତ କରିଥିଲେ। ତେବେ ନିର୍ବାଚନର ପ୍ରଚାର ବେଶ ବ୍ୟୟବହୁଳ ହୋଇଥିବାରୁ ଏହା ଚଳିତ ବର୍ଷ ଚର୍ଚ୍ଚାରେ ଥିଲା।

ଉତ୍କଳ ସାହିତ୍ୟ ସମାଜ ୨୦୨୫-୨୮ଫଳାଫଳ

ସଭାପତି: ଡ. ଗୋବିନ୍ଦ ଚନ୍ଦ୍ର ଚାନ୍ଦ

ଉପସଭାପତି: ବ୍ରହ୍ମାନନ୍ଦ ବିଶ୍ୱାଳ

ସାଧାରଣ ସମ୍ପାଦକ: ରାଜୀବ କୁମାର ଷଡ଼ଙ୍ଗୀ

ସଂଗଠନ ସମ୍ପାଦକ: ଶଶିକାନ୍ତ ରାଉତ

ପାଠାଗାର ସମ୍ପାଦକ: ବ୍ରହ୍ମାନନ୍ଦ ମହାନ୍ତି

କୋଷାଧ୍ୟକ୍ଷ: ଦିଲ୍ଲୀପ କୁମାର ଦାସ

କାର୍ଯ୍ୟନିର୍ବାହିକା ସମିତି ସଭ୍ୟ 

– ଆଦିତ୍ୟ ପ୍ରତାପ ଧଳ

– ଡ. ବୈଜୟନ୍ତୀମାଳା ଶତପଥୀ

– ମୀରା ବେଉରା

– ଅମିତାଭ ଖିଲାର

– ଗାୟତ୍ରୀ ଦେବୀ

– ସେନାପତି ପ୍ରଦ୍ୟୁମ୍ନ କେଶରୀ

– ଜେନା ଆଦିତ୍ୟ ପ୍ରତାପ ବାଘସିଂହ

– ରଘୁ ସାହୁ

– ଧରଣୀଧର ନାଥ

– ରାଜକିଶୋର ସ୍ୱାଇଁ

-ମୈତ୍ରୀ ଭୂଷଣ ଖୁଣ୍ଟିଆ

Leave a Reply

Your email address will not be published. Required fields are marked *