ବରୀ ବ୍ଲକ ରେ ଅର୍ପଣ ରଥ ପରିକ୍ରମା କାର୍ଯ୍ୟକ୍ରମ ଶେଷ

ଯାଜପୁର , ୧୫/୦୧/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର):- ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଉପଲକ୍ଷେ ବରୀ ବ୍ଲକ ର ସମସ୍ତ ଗ୍ରାମ ପଞ୍ଚାୟତରେ ଶ୍ରୀଜଗନ୍ନାଥ ଅର୍ପଣ ରଥ ପରିକ୍ରମା କରି ଅରୁଆ ଚାଉଳ ଗୁଆ ସଂଗ୍ରହ କରାଯିବାର କାର୍ଯ୍ୟକ୍ରମ ଶେଷ ହୋଇଛି। ବରୀ ବ୍ଲକ ର ସମସ୍ତ ପଞ୍ଚାୟତ ରୁ ଗ୍ରହଣ କରାଯାଇଥିବା ଗୁଆ ଅରୁଆ ଚାଉଳକୁ ସାହୁପଡ। ଜଗନ୍ନାଥ ମନ୍ଦିରରେ ରଖା ଯାଇଛି। ହେଲେ ଆଜି ମକର ସଂକ୍ରାନ୍ତି ଭଳି ପବିତ୍ର ଦିନରେ ବରୀ ଅଞ୍ଚଳରେ  ଏକ ନିଆରା ଢଙ୍ଗରେ ରେ ଏହି ରଥ ପରିକ୍ରମା ଦେଖିବାକୁ ମିଳିଛି। ଭଜନ କୀର୍ତ୍ତନ ସାଙ୍ଗକୁ ଜୟ ଜଗନ୍ନାଥ ଧ୍ବନି ରେ ପ୍ରକମ୍ପିତ ହେଉଛି । ସୃଷ୍ଟି ହୋଇଛି ଭକ୍ତି ମୟ ପରିବେଶ। ଆଜି ବରୀ ବ୍ଲକ ଅଧିନସ୍ଥ ସାହୁପଡା, ଧାରପୁର, ଇଷ।ଣପୁର ପଞ୍ଚାୟତ ରେ ଯୁବ ବିଜେଡ଼ି ନେତା ସଞ୍ଜୀବ ଜେନା ଙ୍କ ତତ୍ତ୍ଵାବଧାନରେ  ଶୁସଜିତ ଜଗନ୍ନାଥଙ୍କ ଅର୍ପଣ ରଥ ବୁଲିବା ସହ ଗୁଆ ଓ ଚାଉଳ ସଂଗ୍ରହ କରାଯାଇଛି।

ବରୀ ଅଞ୍ଚଳରେ ଶାସକ ଦଳର ସମର୍ଥିତ ସରପଞ୍ଚ ମାନଙ୍କ ଉପସ୍ଥିତିରେ ଏହି ରଥ ପରିକ୍ରମା କରୁଥିବା ବେଳେ କିଛି ପଞ୍ଚାୟତ ରେ ଅତିଥି ଭାବେ ବରୀ ବିଧାୟିକା ସୁନନ୍ଦା ଦାସ ଯୋଗ ଦେଇଥିବା ବେଳେ ଆଉ କିଛି ପଞ୍ଚାୟତରେ ବିଜେଡ଼ି ରାଜ୍ୟ ସମ୍ପାଦକ ବିଶ୍ଵ ରଞ୍ଜନ ମଲ୍ଲିକ ଅତିଥି ଭାବେ ଯୋଗଦେଇ ରଥ ପରିକ୍ରମା ଶେଷ ହୋଇଥିଲା। ସେହିପରି ଆଜି ରଥ ପରିକ୍ରମା ସମୟରେ ଯୁବ ନେତା ସଞ୍ଜୀବ ଜେନା ଙ୍କ ସହିତ ବରୀ ବ୍ଲକ ପ୍ରାକ୍ତନ ଅଧାକ୍ଷା ଭାରତୀ ବେହେରା, ସମବାୟ ସମିତି ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ଜେନା ଙ୍କ ସମେ ସହ ସହ ଜଗନ୍ନାଥ ପ୍ରେମୀ ଅଂଶ ଗ୍ରହଣ କରି ପ୍ରତି ଘରୁ ଗୁଆ ଓ ଚାଉଳ ସଂଗ୍ରହ କରୁଥିବାର ଦେଖିବାକୁ ମିଳିଥିଲା। ରଥ ପରିକ୍ରମା ସମୟରେ ଶ୍ରୀଜଗନ୍ନାଥଙ୍କ ଭଜନ କୀର୍ତ୍ତନରେ ଗାଁ ଦାଣ୍ଡ ଉତ୍ସବ ମୁଖର ହୋଇ ଉଠିଛି। ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହେଉଛି ପୁରା ଗାଁ। ମା ମାନେ ଝୋଟି ମୁରୁଜ ପକାଇ କଳସ ସ୍ଥାପନ କରି ପୂଜାର୍ଚ୍ଚନା କରିବା ସହ ହୁଳହୁଳି ଓ ଶଙ୍ଖ ରେ କମ୍ପୁଛି ସମଗ୍ର ଅଞ୍ଚଳ। ଆଜି ଏହି ପଞ୍ଚାୟତ ଗୁଡ଼ିକରେ ଅର୍ପଣ ରଥ ଦ୍ଵାରା ଅକ୍ଷତ ଓ ଗୁଆ ସଂଗ୍ରହ କାର୍ଯ୍ୟକ୍ରମ ସମୟରେ ଏକ ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳିଛି। ସାହୂପଡ଼ା ପଞ୍ଚାୟତ ଜଗନ୍ନାଥ ମନ୍ଦିର ରୁ ପୂଜାର୍ଚ୍ଚନା କରାଯିବା ପରେ ଅର୍ପଣ ରଥ ବାହାରି ବିଭିନ୍ନ  ଗ୍ରାମ ପରିକ୍ରମା କରିବା ପରେ  ଶ୍ରଦ୍ଧାଳୁ ମାନଙ୍କ ଦ୍ଵାରା ଗ୍ରହଣ କରାଯାଇଥିବା ଗୁଆ ଓ ଚାଉଳ କୁ ପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଇସାଣପୁର ଜଗନ୍ନାଥ ମନ୍ଦିରରେ ରଖା ଯାଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *