ଲକ୍ଷ୍ମୀପୁର,୦୬/୦୫/୨୬ (ଓଡିଶା ସମାଚାର/ପ୍ରମୋଦ କୁମାର ଜେନା) କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକର ପ୍ରତ୍ୟକ୍ଷ ଦେବୀ ମୋତ୍ୟାଲୁ ମା ଙ୍କ ଘଟ ଯାତ୍ରା ଆଜି ଶେଷ ହୋଇଯାଇଛି।ଏହି ଯାତ୍ରା କେଉଁ ଅନାଦି କାଳରୁ ଆରମ୍ଭ ହୋଇ ଆଜି ଯାଏଁ ପରମ୍ପରା ମୁତାବକ ଚାଲିଛି। ଯାତ୍ରା ଆରମ୍ଭ ଦିନଠୁ ଶେଷ ଯାଏଁ ଲକ୍ଷ୍ମୀପୁର ବ୍ଲକ ସଦରର ପ୍ରତ୍ୟେକ ଘରେ କୁଣିଆ ମୈତ୍ର ଭର୍ତି ହୋଇ ରୁହନ୍ତି। ପୁରା ଦଶ ଦିନ ଧରି ମାଙ୍କ ଯାତ୍ରାକୁ ବ୍ଲକର ଏକ ବଡ଼ ପର୍ବ ଭଳି ପାଳନ କରାଯାଉଥିବା ବେଳେ ପୁରା ଦଶ ଦିନ ରାତି ଦିନ ଏକାକାର ହୋଇ ଉଠି ଥିଲା।
ପରମ୍ପରା ଅନୁଯାଇ ଦେସୀଆ ନାଟକ ଦେଖିବାକୁ ଆଖ ପାଖ ୫୦ ଖଣ୍ଡ ଗ୍ରାମର ଲୋକଙ୍କ ଗହଳି ଜମୁ ଥିବା ବେଳେ ମେଲୋଡି ଓ ମିନା ବଜାର ରେ ବୁଲିବା ମଜା ନିଆରା ଥିଲା। ସୋମବାର ରାତିରେ ସବୁଠୁ ଆକର୍ଷଣୀୟ ଥାନା ନିଆଁ ଦେଖିବାକୁ ପ୍ରବଳ ଗହଳି ନଜର କୁ ଆସିଥିଲା। ଶେଷ ଦିନ ମା ଅସ୍ଥାୟୀ ମନ୍ଦିରରୁ ନିଜ ମନ୍ଦିରକୁ ଫେରିବା ବେଳେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ମାନସିକଧାରି ମାନେ ଛେଳି କୁକୁଡା ବଳି ପକାଇବା ସହ ମୁଣ୍ଡନ କରିଥିବା ବେଳେ ମାଙ୍କ ପୀଠ ରକ୍ତ ରଞ୍ଜିତ ହୋଇ ଉଠିଥିଲା।
ଗହଳି ନିୟନ୍ତ୍ରଣ ପାଇଁ ଲକ୍ଷ୍ମୀପୁର ଥାନା ତରଫରୁ ବ୍ୟାପକ ପୋଲିସ ନିୟୋଜିତ କରାଯାଇଥିଲା। ଯାତ୍ରା କମିଟିର ସଭାପତି କୁଳନିଧି ବିଡ଼ିକ,ଉପ ସଭାପତି ସିମାଞ୍ଚଳ ବୈପାରୀ, ସମ୍ପାଦକ ରଞ୍ଜନ ସୂଚେନ, କୋଷାଧ୍ୟକ୍ଷ ବିଭୁତି ଖରା, ସହ ସମ୍ପାଦକ ମନୋଜ ସାହୁ, ଉମାଶଙ୍କର କର୍କରା, ସଦସ୍ୟ ରମେଶ ଦୋରା,ଦେବେନ୍ଦ୍ର ଖସଲା,ହରି ବାଘ,ପିଣ୍ଟୁ ଗରଡ଼ା, ଅମରେଶ ଶତପଥୀ,ତାରିଣୀ ଶତପଥୀ,ବଳିଆ ବିଶୋଇ ଭଳି ଅନେକ ସଦସ୍ୟଙ୍କ ସହଯୋଗ ରେ ସୁଚାରୁ ରୂପେ ଚଳିତ ବର୍ଷ ଯାତ୍ରା ପରିଚାଳନା କରା ଯାଇଥିଲା।
