କଟକ ସଦର,୧୩/୦୮/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଆୟତପୁର ପଞ୍ଚାୟତ ଦାମୋଦର-୨ କୋଦିଣ୍ଡା ଭୋଇ ସାହି ରେ ସ୍ୱାଧୀନତା ପରଠାରୁ ଆଜକୁ ୮୦ ବର୍ଷରୁ ଉର୍ଦ୍ଧ୍ବ ହେବ ବର୍ଷା ଜଳ ନିଷ୍କାସନ ନହୋଇ ପାରିଵା ଯୋଗୁଁ ଲୋକମାନେ ଜଳବନ୍ଦୀ ହୋଇ ହିନସ୍ଥା ଭୋଗୁଥିବା ଅଭିଯୋଗ ହୋଇ ଆସୁଛି। ଚଳିତ ଲଗାଣ ବର୍ଷାରେ ଉକ୍ତ ଗ୍ରାମ ବନ୍ୟାର ଭ୍ରମ ସୃଷ୍ଟି କରିଥିଲା।
ଏଥିରେ ତିନୋଟି ପରିବାରର ଘର ସମ୍ପୂର୍ଣ୍ଣ ପାଣିରେ ଧୋଇ ହୋଇଯାଇଥିଲା ବେଳେ ଅନେକ ଘର ଭାଙ୍ଗିରୁଜି ଯାଇଛି। ଖବର ପାଇ ଆଜି ଗୁରୁବାର ଦିନ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ବିପନ୍ନ ପରିବାର ମାନଙ୍କ ପାଖରେ ପହଞ୍ଚି ସାମୟିକ ଥଇଥାନ ପାଇଁ ଜରିପାଲ ଯୋଗାଇ ଦେଵା ସହିତ ସରକାରୀ ଘର ସହ ଆବଶ୍ୟକୀୟ ସହାୟତା ଯୋଗାଇ ଦେବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। 
ଏଥିସହିତ ଉଦଵୃତ୍ତ ଜଳ ନିଷ୍କାସନ ର ସ୍ଥାୟୀ ସମାଧାନ ପାଇଁ ନିର୍ଭର ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି। ଏଥିରେ ବିଧାୟକ ଙ୍କ ସହିତ ବିଜେପି ନେତା ହୃଷିକେଶ ଜେନା, କନ୍ଦରପୁର ବିଜେପି ମଣ୍ଡଳ ସଭାପତି ନିରଂଜନ ରାଉଳ, ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ମହାଳି, ବଳରାମ ନାୟକ, ନିମାଇଁ ମହାପାତ୍ର, ସନ୍ତୋଷ ସାହୁ,ଅରୁଣ ଲେଙ୍କା ପ୍ରମୁଖ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଓ କର୍ମୀ ସାମିଲ ହୋଇଥିଲେ।
