ନିରାକାରପୁର,୧୫/୦୧/୨୦୨୪ (ଓଡ଼ିଶା ସମାଚାର)- ଦାରୁକ୍ଷେତ୍ର ଦଧିମାଛଗାଡ଼ିଆ ରେ ପ୍ରତିଷ୍ଠିତ ରାଜ୍ୟର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଦଧିମାଛଗାଡ଼ିଆ ଉଚ୍ଚ ବିଦ୍ୟାଳୟର ୭୮ ମାଟ୍ରିକ ବ୍ୟାଚ ବନ୍ଧୁ ମିଳନ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଆୟୋଜିତ ହୋଇଯାଇଛି। ଦୀର୍ଘ ୪୫ବର୍ଷ ବ୍ୟବଧାନ ପରେ ବନ୍ଧୁ ମାନଙ୍କର ମିଳନ ଏକ ଅବେଗମୟ ପରିବେଶ ସୃଷ୍ଟି କରିଥିଲା। ସେ ସମୟ ର ଶିକ୍ଷକ ବିଶ୍ଵନାଥ ରଥ, ଜଗନ୍ନାଥ କର, ବ୍ରଜବନ୍ଧୁ ପଟ୍ଟଯୋଷୀ ଓ ପ୍ରଫୁଲ୍ଲ କୁମାର ସାମନ୍ତରାୟ ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କୁ ମିଳନ ଉତ୍ସବ ରେ ବଧେଇ ଜଣାଇଥିଲେ। ପ୍ରାରମ୍ଭ ରେ ଗୋବିନ୍ଦ ଚନ୍ଦ୍ର ମହାପାତ୍ର, ନରେଶ ପଟ୍ଟନାୟକ ଓ ଦେବୀ ପ୍ରସାଦ ପଟ୍ଟନାୟକ ବକ୍ତବ୍ୟ ରଖି ଅତୀତର ସ୍ମୃତି ଚାରଣ କରିଥିବା ବେଳେ, ନୃସିଂହ ପଟ୍ଟନାୟକ,ପ୍ରକାଶ ଦାଶ, ପ୍ରବାସ ପଟ୍ଟନାୟକ, ନୀଳମଣି ବାରିକ ଓ ଶିଶିର ମହାନ୍ତି ଆଦି ପରିଚାଳନା ରେ ସହଯୋଗ କରିଥିଲେ।
୪୫ବର୍ଷ ପରେ ଏକାଠି ହେଲେ ସହପାଠୀ
