ଆଇନ୍ ବିଶ୍ୱବିଦ୍ୟାଳୟରେ ଵାଇଓସ୍କୋପ୍ ଗ୍ଲୋବାଲ ଫିଲ୍ମ ଫେଷ୍ଟିଭାଲ -୨୦୨୫

କଟକ ସଦର,୨୪/୦୭/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସ୍ଥିତ ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟରେ ଵାଇଓସ୍କୋପ୍ ଗ୍ଲୋବାଲ ଫିଲ୍ମ ଫେଷ୍ଟିଭାଲ -୨୦୨୫ ର ସପ୍ତମ ସଂସ୍କରଣ ଗୁରୁବାର ଦିନ ଉଦଘାଟିତ ହୋଇଯାଇଛି। ଏହି ଫେଷ୍ଟିଭାଲ ପୂର୍ବରୁ ରାଜ୍ୟ ଵାହାରେ ଅନୁଷ୍ଠିତ ହୋଇଥିବା ବେଳେ ଚଳିତବର୍ଷ ଓଡ଼ିଶା ପ୍ରଦେଶର କଟକ ଠାରେ ଅନୁଷ୍ଠିତ ହେବା ଗୌରଵ ଵହନ କରିଛି।

ଏହାକୁ ଆଇନ୍ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ ଉଦଘାଟନ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ବାରବାଟି-କଟକ ବିଧାୟିକା ଇଂ ସୋଫିଆ ଫିରଦୋସ, ଵାଇଓସ୍କୋପ୍ ଫିଲ୍ମ ଫେଷ୍ଟିଭାଲ ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଆଲୋକ ଭରଦ୍ୱାଜ,ସହ ପ୍ରତିଷ୍ଠାତା ତଥା ନିର୍ଦେଶକ ଜ୍ୟୋତି ଆରୋରା, ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଵେଦ କୁମାରୀ ଙ୍କ ସମେତ ବହୁ ବ୍ୟକ୍ତିବିଶେଷ ଯୋଗଦେଇଥିଲେ।”ରିଏଲ୍ ଟୁ ରିଲ୍ ଏଵଂ ରିଲ୍ ଟୁ ରିଏଲ୍ ସିନେମା ହେଉଛି ଜୀବନର ଭାଷା”- ଏହି ଧାରଣାକୁ ଆଧାର କରି ଏହି ଉତ୍ସବରେ ୨୨ ଟି ଭାରତୀୟ ଭାଷାରେ ତିଆରି ହୋଇଥିବା କେତୋଟି ସିନେମା ଦେଖାଯିବ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *