ନାଟକ ଜରିଆରେ ସମାଜରେ କ୍ରାନ୍ତି ଆଣିଥିଲେ ବୈଷ୍ଣବ ପାଣି – ଆଇନୀମନ୍ତ୍ରୀ ହରିଚନ୍ଦନ 

ମାହାଙ୍ଗା,୦୮/୧୦/୨୦୨୫ ( ଓଡିଶା ସମାଚାର/ ଅଭୟ ଜେନା )- ପ୍ରଖ୍ୟାତ ସାରସ୍ୱତ ସାଧକ,ଓଡ଼ିଆ ଗୀତିନାଟ୍ୟ ଜଗତର ମୁକୁଟ ବିହୀନ ସମ୍ରାଟ ଗଣକବି ବୈଷ୍ଣବ ପାଣି ଥିଲେ ଜଣେ ବିପ୍ଲବୀ ନାଟ୍ୟକାର । କଟକ ଜିଲ୍ଲା ମାହାଙ୍ଗା ର କୋଠପଦା ଠାରେ ଗଣକବିଙ୍କ ୧୪୩ ତମ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥିଭାବେ ଆଇନୀ, ଅବକାରୀ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ଯୋଗଦେଇ କହିଲେ, ବୈଷ୍ଣବ ପାଣି ଯାତ୍ରା ଓ ନାଟକ ମାଧ୍ୟମରେ ପରାଧୀନ ଭାରତ ବର୍ଷରେ ବଡ଼ କ୍ରାନ୍ତି ଆଣିପାରିଥିଲେ  ।

 ସାହିତ୍ୟିକ ଅଖିଳେଶ ପଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାରସ୍ୱତ ସଭାରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇଥିଲେ ।  ମାହାଙ୍ଗା ବିଧାୟକ ଶାରଦା ପ୍ରସାଦ ପ୍ରଧାନ ଗଣକବିଙ୍କ ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ ।

 କବି ଡକ୍ଟର ନାରାୟଣ ମୁଦୁଲି, କବି ଭକ୍ତ ଚରଣ ସାହୁ, ଅଧ୍ୟାପକ ଅଶୋକ ରାଉତ,ଶିକ୍ଷାବିତ ପ୍ରତାପ କିଶୋର ନାୟକ, ରାମଚନ୍ଦ୍ର ମହାପାତ୍ର, ସୂର୍ଯ୍ୟ ପ୍ରକାଶ ପଣ୍ଡା ଏବଂ ନିରଞ୍ଜନ ମୁଦୁଲି ପ୍ରମୁଖ ଗଣକବିଙ୍କ ସାହିତ୍ୟ କାଳଜୟୀ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ କୋଠପଦା ରଙ୍ଗ ମଞ୍ଚରେ ଗଣକବିଙ୍କ ରଚିତ ଗୀତିନାଟ୍ୟ ମଞ୍ଚସ୍ଥ ହୋଇଥିଲା । ଏହି ନାଟକକୁ ହଜାର ହଜାର ଦର୍ଶକ ଉପଭୋଗ କରିଥିଲେ ।

Leave a Reply

Your email address will not be published. Required fields are marked *