“ଜଗବନ୍ଧୁ ଜରାଶ୍ରମ” ତରଫରୁ ୫୫ ଜଣ ଭିନ୍ନକ୍ଷମଙ୍କୁ ଉପକରଣ ଓ କମ୍ବଳ ବଣ୍ଟନ

ଭୁବନ,୨୫/୧୧/୨୦୨୪ (ଓଡ଼ିଶା ସମାଚାର)-ଭୁବନର ଅନନ୍ୟ ତଥା ନିଆରା ସେବା ପ୍ରତିଷ୍ଠାନ ” ଜଗବନ୍ଧୁ ଜରାଶ୍ରମ ” ତରଫରୁ ଭିନ୍ନକ୍ଷମ ମାନଙ୍କୁ ଉପକରଣ ଓ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭୁବନ ଏନ୍ ଏ ସି ଅନ୍ତର୍ଗତ ୪ ନମ୍ବର ୱାର୍ଡ ପାଲାମଣ୍ଡପସ୍ଥିତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠାନର ସମ୍ପାଦକ ଆଶୁତୋଷ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଡିଓ ଆୟୁସୀ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିନା କୌଣସି ସରକାରୀ , ବେସରକାରୀ ସହାୟତାରେ ଦୀର୍ଘ ୧୭ ବର୍ଷ ହେଲା ଅବହେଳିତ ,ନିଷ୍ପେସିତ,ଗରିବ ଲୋକଙ୍କ ପାଇଁ କାର୍ଯ୍ୟ କରୁଥିବା ଜଗବନ୍ଧୁ ଜରାଶ୍ରମ କୁ ଭୂୟସୀ ପ୍ରଶଂସା କରିଥିଲେ। ମୁଖ୍ୟବକ୍ତା ଭାବେ  ବିଜେପି ନଗର ମଣ୍ଡଳ ସଭାପତି ଭବାନୀ ଶଙ୍କର ବେହେରା ଯୋଗଦେଇ ଆଜିର ସମାଜରେ ସ୍ବେଛାସେବୀ ଅନୁଷ୍ଠାନ ମାନେ “ମାନବ ସେବା ହିଁ ମାଧବ ସେବା” କୁ ଜୀବନର ବ୍ରତ ଭାବେ ଗ୍ରହଣ କରି ଅସହାୟ, ନିସହାୟ ଓ ଭିନ୍ନକ୍ଷମ ମାନଙ୍କ ପାଇଁ କାର୍ଯ୍ୟ କଲେ ସେମାନେ ମୁଖ୍ୟ ସ୍ରୋତରେ ସାମିଲ ହୋଇ ପାରିବେ ବୋଲି ମତବ୍ୟକ୍ତ କରିବା ସହ “ଜରାଶ୍ରମ”କୁ ଉଚ୍ଚ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ ସମାଜସେବୀ ରାଜ କିଶୋର ମହାନ୍ତି,ଶିକ୍ଷାବିତ୍ ସନ୍ତୋଷ କୁମାର ଦ୍ୱିବେଦୀ,ଦିବ୍ୟ ରଂଜନ ସ୍ୱାଇଁ,ସନ୍ତୋଷ କୁମାର ଲେଙ୍କା,ନଗର ବିଜେପି ଉପ ସଭାପତି ସଞ୍ଜୟ କୁମାର ସାହୁ, ଓଲଟପୁର ଏସ ଭି ନିର୍ତାର କର୍ମଚାରୀ ବିଶ୍ୱଜିତ୍ ଜେନା,ବିଶ୍ବରଂଜନ ଜେନା,ଅଧ୍ୟାପକ ପ୍ରଭାତ ଜେନା,ସୁବାସ ଚନ୍ଦ୍ର ପତି ପ୍ରମୁଖ ଯୋଗଦେଇ ସମୁଦାୟ ୫୫ ଜଣ ଭିନ୍ନକ୍ଷମ ଙ୍କୁ ବ୍ୟାଟେରୀ ଚାଳିତ ତିନି ଚକିଆ ସାଇକେଲ, ହୁଇଲ୍ ଚେୟାର,ଆଶା ବାଡି, କାନ ମେସିନ ଓ କମ୍ବଳ ବଣ୍ଟନ କରିଥିଲେ ।  ଅନ୍ତର୍ଜାତୀୟ ପର୍ବତ ଆରୋହୀଣି ବିଭାରାଣୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନାଯୋଗ୍ୟ ଯେ, ଗତ ଜୁଲାଇ ମାସ ୧୯ ତାରିଖ ଦିନ ଶ୍ରୀରାମ ମନ୍ଦିର ପରିସରରେ ଅନୁଷ୍ଠାନର ୧୭ ତମ ପ୍ରତିଷ୍ଠା ଦିବସରେ ଯେଉଁ  ଭିନ୍ନକ୍ଷମ ମାନେ ନାମ ପଞ୍ଜିକରଣ କରିଥିଲେ ସେହି ମାନଙ୍କୁ ଆଜି ଉପକରଣ ବଣ୍ଟନ କରାଯାଇଥିଲା । ଭୁବନ ବ୍ଲକ ଅନ୍ତର୍ଣିବେଶୀ ଶିକ୍ଷା କେନ୍ଦ୍ରର ଶିକ୍ଷକ ପ୍ରହଲ୍ଲାଦ ସାହୁ ଙ୍କ ସମେତ ଅନୁଷ୍ଠାନର କର୍ମକର୍ତ୍ତା ମାନେ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *