ସଡକ ସୁରକ୍ଷା ଜୀବନ ରକ୍ଷା: ଗାଈ ଗୋରୁଙ୍କ ବେକରେ ରେଡିଅମ୍ ଵେଲ୍ଟ ବାନ୍ଧିଲା ‘ ଉଇସଡମ ପବ୍ଲିକ ସ୍କୁଲ ‘

କଟକ ସଦର, ୦୮/୧୦/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ-ପାରାଦୀପ ମୂଖ୍ୟ ରାସ୍ତାରେ ବୁଲା ଗାଈଗୋରୁ ଓ ଷଣ୍ଢ ମାନଙ୍କ ପାଇଁ ଦୂର୍ଘଟଣା ବୃଦ୍ଧି ପାଉଥିବାରୁ କିଶନନଗର ସାମନ୍ତରା ପୁର ଠାରେ ଥିବା ଅଗ୍ରଣୀ ଇଂରାଜୀ ମାଧ୍ୟମ ‘ଉଇସଡମ ପବ୍ଲିକ ସ୍କୁଲ’ ଏକ ଅଭିନଵ ପ୍ରୟାସ ଆରମ୍ଭ କରି ପ୍ରଶଂସା ସାଉଁଟି ଥିବା ଜଣାଯାଇଛି।

ପ୍ରକାଶ ଯେ ବିଶେଷ କରି ରାତିରେ ଗାଈ ଗୋରୁ ଓ ଷଣ୍ଢ ମାନେ ମୂଖ୍ୟ ରାସ୍ତାରେ ଚଲାଵୁଲା କରିବା ଏଵଂ ଶୋଇ ରହିବା ଯୋଗୁଁ ଗାଡି ଚାଳକ ମାନେ ଜାଣି ନପାରି ଦୂର୍ଘଟଣାର ଶୀକାର ହୋଇଥାନ୍ତି। ଏଥିରେ ବିଶେଷ କରି ଦୁଇ ଚକିଆ ଯାନ ଓ‌ ଚାଳକ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିଵା ନଜିର ରହିଛି।

ଏଥିପାଇଁ ସ୍କୁଲର ନିର୍ଦେଶକ ବିବେକାନନ୍ଦ ଭୁୟାଁ ଙ୍କ ତତ୍ତ୍ୱାବଧାନରେ ଓ ପରିଚାଳନା ନିର୍ଦ୍ଦେଶକ ପ୍ରିତମ ଚୈ।ଧୁରୀଙ୍କ ପରିଚାଳନା ରେ ଆଜି ବୁଧବାର ପୂର୍ବାହ୍ନରେ କଟକ-ପାରାଦୀପ ରାସ୍ତାରେ ଚଳପ୍ରଚଳ କରୁଥିବା ଗାଈଗୋରୁ ଓ ଷଣ୍ଢ ମାନଙ୍କ ବେକରେ ରେଡିଅମ୍ ଵେଲ୍ଟ ଵନ୍ଧା ଯାଇଛି। ଏହାଦ୍ବାରା ରାତିରେ ଏମାନଙ୍କୁ ଗାଡି ଚାଳକ ମାନେ ସହଜରେ ଜାଣିପାରିବେ। ବିଭିନ୍ନ ସମୟରେ ଉଇସଡମ୍ ସ୍କୁଲର ଏଭଳି ଭିନ୍ନ ଭିନ୍ନ ସାମାଜିକ କାର୍ଯ୍ୟକ୍ରମ କୁ ଜନସାଧାରଣ ଭୁୟସୀ ପ୍ରଶଂସା କରୁଛନ୍ତି।

 

Leave a Reply

Your email address will not be published. Required fields are marked *