ସମସ୍ତ ଲାଞ୍ଚ ଟଙ୍କା ଜବତ
ଭଞ୍ଜନଗର,୦୮/୧୦/୨୦୨୫ (ଓଡ଼ିଶା ସମାଚାର)- ବେଲଗୁଣ୍ଠା ଏନଏସି କାର୍ୟ୍ୟନିର୍ବାହୀ ଅଧିକାରୀ ବନମାଳୀ ଶତପଥୀ ବକେୟା ଦରମା କରାଇ ଦେବାକୁ କର୍ମଚାରୀଙ୍କୁ ଲାଞ୍ଚ ମାଗୁଥିଲେ । ଜଣେ କର୍ମଚାରୀ ଙ୍କ ଠାରୁ ୨୫ହଜାର ଟଙ୍କା ନେବାବେଳେ ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ିଲେ । ତାଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି ।
ସୂଚନା ମୁତାବକ, ବେଲଗୁଣ୍ଠା ଏନଏସି କାର୍ୟ୍ୟନିର୍ବାହୀ ଅଧିକାରୀ ବନମାଳୀ ଶତପଥୀ ବକେୟା ଦରମା କରିବା ପାଇଁ ତାଙ୍କ ତଳ କର୍ମଚାରୀ ସୋରଜ ଜେନାଙ୍କୁ ୨୫ ହଜାର ଟଙ୍କା ମାଗିଥିଲେ । କର୍ମଚାରୀ ଜଣକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ।
ବେଲଗୁଣ୍ଠା ଏନଏସି କାର୍ୟ୍ୟନିର୍ବାହୀ ଅଧିକାରୀ ବନମାଳୀ ଶତପଥୀ କର୍ମଚାରୀ ସୋରଜ ଜେନାଙ୍କ ଠାରୁ ବାଲିପଦର ଛକଠାରେ ୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ଚଢାଉ କରିଥିଲା । ଚଢାଉ କରି ତାଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରିଥିଲେ । ଏହି ଚଢାଉ ପରେ ତାଙ୍କ ଅଫିସ, ସରକାରୀ ବାସଭବନ ଓ କବିସୂର୍ୟ୍ୟନଗରଠାରେ ଥିବା ଦୁଇଟି ଘରେ ଏକକାଳୀନ ଯାଂଚ କରାଯାଉଛି । ଏହି ଚଢ଼ାଉରେ ଜଣେ ଡିଏସ୍ପି, ଜଣେ ଇନ୍ସପେକ୍ଟର ଓ ୨ଜଣ ଏଏସଆଇ ସାମିଲ ହୋଇଛନ୍ତି ।
