ଜୁଏଲ ଙ୍କ ସହ ଆଦର୍ଶ ପାଠାଗାରର ସଦସ୍ୟ ଙ୍କ ଆଲୋଚନା

ରାଉରକେଲା, ୦୮/୯/୨୦୨୪ (ଓଡ଼ିଶା ସମାଚାର)- ଗତସନ୍ଧ୍ୟା ରେ ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରୀ  ଜୁଏଲ୍ ଓରାମ ଙ୍କ ରାଉରକେଲା ଗସ୍ତ ଅବସରରେ ଆଦର୍ଶ ପାଠାଗାର ପରିସର କୁ ବୁଲିବାକୁ ଆସିଥିଲେ। ଏହି ଅବସରରେ ପାଠାଗାର ର କର୍ମକର୍ତ୍ତା ମାନଙ୍କ ସହ ସାକ୍ଷାତକରି ପାଠାଗାର ର ଲିଜ ନଵିକରଣ ରେ ଉପୁଜିଥିବା ସମସ୍ୟା ଉପରେ ବିସ୍ତ୍ରୁତ ଆଲୋଚନା କରି ଓଡ଼ିଶାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ସହିତ ବ୍ୟକ୍ତିଗତ ଭାବରେ ଆଲୋଚନା କରି ସମସ୍ୟା ର ସମାଧାନ କରିବାରେ ସାହାଯ୍ୟ କରିବାପାଇଁ କହିଥିଲେ। ପାଠାଗାର ର ସଭାପତି ଚନ୍ଦ୍ରଶେଖର ଶତପଥୀ, କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ମିଶ୍ର, ଉପସଭାପତି ବାଉରୀବନ୍ଧୁ ସାହୁ, ଅଶୋକ ବଳ, ପ୍ରଦୀପ ପଟ୍ଟନାୟକ,ଟୁକୁଲା ପାଢ଼ୀ ,ଅଟମ ରଥ, ଜ୍ୟୋତି ମହାପାତ୍ର,ପଞ୍ଚାନନ ପାତ୍ର, ବିଭୁତି ଭୁଷଣ ବିଶ୍ବାଳ ପ୍ରମୁଖ ଓ ଅନ୍ୟ ସଦସ୍ୟମାନେ  ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *