ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ୨୦୨୫ ବ୍ୟାଚ  ଭାରତୀୟ ବିଦେଶ ସେବା ଅଧିକାରୀଙ୍କ ସୌଜନ୍ୟ ମୂଳକ ସାକ୍ଷାତ

ଭୁବନେଶ୍ୱର,୨୦/୦୧/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଗୋପବନ୍ଧୁ ପ୍ରଶାସନିକ  ଏକାଡେମୀ, ଭୁବନେଶ୍ୱରରେ  ପ୍ରଶିକ୍ଷଣ ନେଉଥିବା ୨୦୨୫ ବ୍ୟାଚର ୬ ଜଣ ଭାରତୀୟ ବିଦେଶ ସେବା ଅଧିକାରୀ  ଆଜି ମୁଖ୍ୟ ଶାସନ  ସଚିବ, ଓଡ଼ିଶା ଶ୍ରୀମତୀ ଅନୁ ଗର୍ଗ ଙ୍କ ସହ ଏକ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ।

  ରାଜ୍ୟ ସଂଯୋଜିତ ପ୍ରଶିକ୍ଷଣ ନେଉଥିବା ଏହି ଆଇଏଫଏସ ଅଧିକାରୀମାନଙ୍କ ସହିତ ମୁଖ୍ୟ ସଚିବ ଶ୍ରୀମତୀ ଗର୍ଗ ଓଡ଼ିଶା ସମ୍ପର୍କ ରେ ଦୀର୍ଘ ସମୟ ଆଲୋଚନା କରିଥିଲେ ।  ଓଡ଼ିଶାର ବିକାଶର ଧାରା, ଆଗାମୀ ଲକ୍ଷ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅଧିକାରୀମାନେ ଯେତେବେଳେ ବିଭିନ୍ନ ରାଜ୍ୟକୁ ଦେଶ ବିଦେଶରେ ଉପସ୍ଥାପିତ କରିବେ, ଏହା ପୂର୍ବରୁ ରାଜ୍ୟ ସମ୍ପର୍କରେ ଅଧିକ ଜ୍ଞାନ ଆହରଣର ଆବଶ୍ୟକତା ରହିଛି ।  ଏହି ପରିପ୍ରେକ୍ଷୀରେ ସେମାନଙ୍କର ଓଡ଼ିଶାରେ ପ୍ରଶିକ୍ଷଣ ଗୁରୁତ୍ୱପୂର୍ଣ୍ଣ ।

ମୁଖ୍ୟ ଶାସନ ସଚିବ ଓଡ଼ିଶାର  କୃଷି, ଶିଳ୍ପ, ପ୍ରାକୃତିକ ସମ୍ପଦ, ପର୍ଯ୍ୟଟନ, ବିପର୍ଯ୍ୟୟ ପରିଚାଳନା, ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।  ପ୍ରଶିକ୍ଷାର୍ଥୀମାନେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି, ଅନ୍ୟ ବିଭିନ୍ନ ଜିଲ୍ଲା ଏବଂ କୋଣାର୍କ ସୂର୍ଯ୍ୟ ମନ୍ଦିର ଆଦି ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି l

ଏହି ସାକ୍ଷାତ  ସମୟରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ଗୋପବନ୍ଧୁ ପ୍ରଶାସନିକ ପ୍ରଶିକ୍ଷଣ ଏକାଡେମୀର ଉପ ମହା ନିର୍ଦ୍ଦେଶକା ଶ୍ରୀମତୀ ମୋନାଲିସା ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ  ।

-0-

ପଠାଣି ରାଉତ ,ମୁଖ୍ୟ ଶାସନ ସଚିବଙ୍କ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *