ବରିଷ୍ଠ ସମାଜସେବୀଙ୍କୁ ସମ୍ବର୍ଦ୍ଧନା

ଯାଜପୁର,୦୫/୧୦/୨୦୨୫(ଓଡ଼ିଶା ସମାଚାର)-ଯାଜପୁର ଜିଲା ମୁ୍ୟନିସିପାଲ୍ଟି ଅଂଚଳରେ ଥିବା ୭ ନମ୍ବର ୱାର୍ଡର ଶିତଳେଶ୍ୱର ଗ୍ରାମ୍ୟ ଉନ୍ନୟନ କମିଟି ଓ ହରପାର୍ବତୀ ପୂଜା କମିଟି ତଥା ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଶିତଳେଶ୍ୱର ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ବିଜୟ କୁମାର ମହାନ୍ତି ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବରେ ବରିଷ୍ଠ ବିଜେଡି ନେତା କର୍ଣ୍ଣାଟ କେଶରୀ ଦାସ ଯୋଗଦେଇ ଥିଲେ । ସମ୍ମାନୀତ ଅତିଥି ପୌରପାଳିକାର ଅଧ୍ୟକ୍ଷା ରଞ୍ଜୁଲତା ହୋତା,ବରିଷ୍ଠ ସମାଜସେବୀ ରବୀନ୍ଦ୍ର କୁମାର ମହାନ୍ତି, ୭ନଂ ୱାର୍ଡର କାଉନସିଲର ରୁନା ବେହେରା ,ବରିଷ୍ଠ ଶିକ୍ଷାବିତ୍ ଦାମୋଦର ବେହେରା ସଭା ପରିଚାଳନା କରିଥିଲେ ।

ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଦାସ ଏହି ସଭାରେ ଅନେକ ଦିନ ଧରି ସମାଜ ପାଇଁ କାମ କରିଥିବା ଓ ହରପାର୍ବତୀଙ୍କ ପୂଜାକୁ ଦୀର୍ଘ ୬୮ ବର୍ଷ ଧରି ବଂଚାଇ ରଖିଥିବା ଏହି ୨୦ଜଣଙ୍କୁ ଚୟନ କରିଥିବା ଶିତଳେଶ୍ୱର ଗ୍ରାମ୍ୟ ଉନ୍ନୟନ କମିଟି ଓ ହରପାର୍ବତୀ ପୂଜା କମିଟି ଏବଂ ଗ୍ରାମବାସୀଙ୍କ ଦ୍ୱାରା ଚୟନ କରିଥିବା କମିଟି ପକ୍ଷରୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ଉତରୀୟ, ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି ସମ୍ବର୍ଦ୍ଧନା ସଭାରେ ସମ୍ବର୍ଦ୍ଧିତ ହୋଇଥିଲେ ପୂର୍ବତନ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ହୃଷିକେଶ ମହାପାତ୍ର, ପୂର୍ବତନ କାଉନସିଲର ନବ କିଶୋର ଦଳାଇ,ବରିଷ୍ଠ ସମାଜସେବୀ ରବୀନ୍ଦ୍ର କୁମାର ମହାନ୍ତି, ପୂର୍ବତନ କାଉନସିଲର ଦାମୋଦର ଦଳାଇ,ପୁରୁଷୋତମ ମିଶ୍ର, ଜୟକୃଷ୍ଣ ମହାନ୍ତି, ନନ୍ଦ କିଶୋର ଦଳାଇ, ମହେନ୍ଦ୍ର ବେହେରା, ସୁବାସ ଚନ୍ଦ୍ର ରାଉତ,ରାମ ଚନ୍ଦ୍ର ଦାସ, ଅଦୈତ୍ୟ ପ୍ରସାଦ ରାୟ, ରାଜକିଶୋର ଦାସ,ଅନନ୍ତ ଚରଣ ପାତ୍ର,ଉପେନ୍ଦ୍ର ବେଦୀ, ସନାତନ ଦଳାଇ,ବାସୁଦେବ ପାଣି,ହରି ଦଳାଇ,ବିଜୟ କୁମାର ମହାନ୍ତି, ବନମାଳି ଦଳାଇ ଓ ବିଶିଷ୍ଟ ଶିକ୍ଷାବିତ୍ ଦାମୋଦର ବେହେରାଙ୍କୁ ମଧ୍ୟ ଏହି ସଭାରେ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି ସଭାରେ ଉପସ୍ଥିତ ଥିଲେ ଗ୍ରାମ୍ୟ ଉନ୍ନୟନ କମିଟିର ସହ ସଂପାଦକ ନିକୁଞ୍ଜ ବିହାରୀ ସାମଲ,କୋଷାଧ୍ୟକ୍ଷ ବିଜୟ କୁମାର ଦଳାଇ,ହରିହର ମହାପାତ୍ର, ସରିତ ରଞ୍ଜନ ଦାସ, ଭାରତ ଚନ୍ଦ୍ର ବେହେରା, କପିଳେନ୍ଦ୍ର ଦଳାଇ, ଉପେନ୍ଦ୍ର ଦଳାଇ, ଜୟଦେବ ବେହେରା, କଳିଙ୍ଗ କେଶରୀ ମହାନ୍ତି, ଅଜୟ ବେହେରା, ବସନ୍ତ ପତି, ଅଜୟ ଦଳାଇ, ସନ୍ତୋଷ ପତି, ଗୋବିନ୍ଦ ଦଳାଇ, ରୂ କ ଦାସ, ରାଧାକୃଷ୍ଣ ଦଳାଇ, ଦିବାକର ସାହୁ, ନରୋତମ ଦଳାଇ, ଦେବାଶିଷ ଦାସ, ଗୋପାଳ ଦଳାଇ, ମହେଶ୍ୱର ମହାନ୍ତି, ନବପ୍ରକାଶ ପତି, ଶାନ୍ତନୁ ଦଳାଇ ସହ ସମସ୍ତ ଗ୍ରାମବାସୀ ଉପସ୍ଥିତ ଥିଲେ । ଶେଷରେ ବିଜୟ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *