କଟକ ସଦର, ୨୯/୦୯/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଠାରୁ କନ୍ଦରପୁର ପର୍ଯ୍ୟନ୍ତ ରାସ୍ତାକୁ ୫୫ ନମ୍ବର ଜାତୀୟ ରାଜପଥର ମାନ୍ୟତା ମିଳିସାରି ନବୀକରଣ କାର୍ଯ୍ୟ ଆଗେଇ ଚାଲିଥିଵା ବେଳେ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଆବଶ୍ୟକତା ଦୃଷ୍ଟିରୁ କନ୍ଦରପୁର ଠାରୁ ପାରାଦୀପ ପର୍ଯ୍ୟନ୍ତ ୧୨ ନମ୍ବର ରାଜ୍ୟ ରାଜପଥ କୁ ଆଉ ଦୁଇ ଲେନ ବିଶିଷ୍ଟ କରାଯିବାକୁ ସରକାର ନିଷ୍ପତ୍ତି ନେଇଥିବା ଜଣାପଡିଛି।
ଏଥିପାଇଁ ରାଜ୍ୟ ସରକାର ଆଜି ସୋମବାର ଦିନ କ୍ୟାବିନେଟ୍ ବୈଠକରେ ମୋହର ମାରିଛନ୍ତି। ୫୪୦ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଆଉ ଦୁଇ ଲେନ ରାସ୍ତା ନିର୍ମାଣ ପାଇଁ ଯଥାଶୀଘ୍ର ଟେଣ୍ଡର ଆହ୍ବାନ କରାଯିବ ବୋଲି ପାରାଦୀପ ବିଧାୟକ ତଥା ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱ।ଇଁ ସୂଚନା ଦେଇଛନ୍ତି। ସେହିପରି କଟକ ଓଏମପି ଛକରୁ କନ୍ଦରପୁର ପର୍ଯ୍ୟନ୍ତ ଏଲିଭେଟେଡ୍ କରିଡ଼ର ନିର୍ମାଣ ପାଇଁ ଡିପିଆର ପ୍ରସ୍ତୁତ ସରି ଆନୁସଙ୍ଗିକ ପ୍ରକ୍ରିୟା ଆଗେଇ ଚାଲିଥିଵା ଜଣାଯାଇଛି।
