ଯୁବ ସମାଜସେବୀ ଚକ୍ରବର୍ତ୍ତୀ ଓତା ଙ୍କ ହୃଦଘାତରେ ଅକାଳ ମୃତ୍ୟୁ,ଶୋକର ଛାୟା

କଟକ ସଦର,୦୪/୧୦/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କନ୍ଦରପୁର ର ଯୁବ ସମାଜସେବୀ, ସଂଗଠକ, ସାମ୍ଵାଦିକ ଚକ୍ରବର୍ତ୍ତୀ ଓତା ଓରଫ ଚଗଲା   (୫୧) ଙ୍କର ଵମ୍ଵେଠାରେ ଗତକାଲି ଶୁକ୍ରବାର ଦିନ ହୃଦଘାତରେ ଅକାଳ ମୃତ୍ୟୁ ଘଟିଥିବା ଜଣାପଡିଛି। ସିଏ ଜଣେ ପରୋପକାରୀ, ମିଷ୍ଟଭାଷୀ ତଥା ବିଭିନ୍ନ ସାମାଜିକ ସଂଗଠନ ସହିତ ରହି କାର୍ଯ୍ୟ କରୁଥିଲେ।

ଗତ କିଛିଦିନ ହେଲା ବମ୍ବେ ଠାରେ ରହି କ୍ୟାନସର ସେବା ସଂସ୍ଥା ରେ କାର୍ଯ୍ୟ କରୁଥିଲେ।  ତାଙ୍କ ମରଶରୀର ଆଜି ଶନିବାର ପୂର୍ବାହ୍ନରେ ବାସଭବନରେ ପହଞ୍ଚିଵା ପରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ମହିଳା କମିଶନ ସଦସ୍ୟା ତଥା ସରସ୍ୱତୀ କଳା ପରିଷଦ କନ୍ଦରପୁର ର ସଭାପତି ପ୍ରତିଭା ଶତପଥୀଙ୍କ ସମେତ ବହୁ ବ୍ୟକ୍ତିବିଶେଷ ଶଵାଧାରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରାଯିବାକୁ ମରଶରୀରକୁ ପୁରୀ ନିଆଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *