ବିଜେଡ଼ି ରାଜ୍ୟ ଆଇ ଟି ସେଲ୍ ପୁନର୍ଗଠିତ , କଟକ ଜିଲ୍ଲା ସଂଯୋଜକ ହେଲେ ସୂଦର୍ଶନ ଜେନା

କଟକ ସଦର,୦୪/୧୦/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ରାଜ୍ୟ ବିଜେଡ଼ି ଆଇ ଟି ସେଲ୍ ଇତିମଧ୍ୟରେ ପୁନର୍ଗଠିତ ହୋଇଛି । କଟକ ଜିଲ୍ଲା ସଂଯୋଜକ ଭାବେ ଯୁବ ସମାଜସେବୀ, ବିଜେଡ଼ି ର ପ୍ରାଣ ପ୍ରତିଷ୍ଠାତା ତଥା ବିଶିଷ୍ଟ ରାଜନେତା ବିଜୟ ମହାପାତ୍ରଙ୍କ ଏକାନ୍ତ ଅନୁଗତ, ଅଗ୍ରଣୀ ସାମାଜିକ ସଂଗଠନ ‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ ର ପ୍ରତିଷ୍ଠାତା ସଭ୍ୟ ସୂଦର୍ଶନ ଜେନା ଙ୍କୁ ମନୋନୀତ କରାଯାଇଥିଵା ଜଣାପଡିଛି।

ଶ୍ରୀ ଜେନାଙ୍କ ଘର କଟକ ସଦର ଅନ୍ତର୍ଗତ ସିଏମସି ୫୧ ନମ୍ବର ୱାର୍ଡର ପୋପରଡା ବୋଲି ଜଣାପଡ଼ିଛି । ଏଥିପାଇଁ କଟକ ସଦର ରେ ଖୁସିର ଲହରି ଖେଳିଯାଇଛି। ସୂଦର୍ଶନ ଜଣେ ଯୁବ ସମାଜସେବୀ, ସଂଗଠକ, ପରୋପକାରୀ, ମିଷ୍ଟଭାଷୀ ହୋଇଥିବା ରୁ ତାଙ୍କର ଏହି ନିଯୁକ୍ତି କୁ ବିଭିନ୍ନ ମହଲରୁ ସ୍ୱ।ଗତ କରାଯିବା ସହିତ ତାଙ୍କ ନିକଟକୁ ଅଭିନନ୍ଦନ ଓ ଶୁଭେଚ୍ଛା ର ସୁଅ ଛୁଟିଛି।

Leave a Reply

Your email address will not be published. Required fields are marked *