ନିଆରା ମଣିଷ ଯୁବ ଲେଖକ ଅଶୋକ

ଡେଲାଙ୍ଗ ୨୩/୧୨/୨୦୨୩ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଡେଲାଙ୍ଗ ପାଇଁ ଗର୍ବ ଓ ଗୌରବ ଏବଂ ସେ ଜଣେ ବିପ୍ଲବୀ କବି। ମନରେ ଅନେକ ବୈପ୍ଲବିକ ଚିନ୍ତା ନେଇ ଲେଖନୀ ନିଃସୃତ ଅନେକ ଲେଖା ବିଭିନ୍ନ ପ୍ରତିକାରେ ପ୍ରକାଶ ପାଉଛି। ଖାଲି ସେତିକି ନୁହେଁ ବରଂ ଏକାଧାରରେ ଜଣେ ସମାଜସେବୀ, ଜିଲ୍ଲା ସ୍ତରରେ ଓ ରାଜ୍ୟ ସ୍ତରରେ ବିଭିନ୍ନ ପ୍ରକାରର ଉପାଧି ଅର୍ଥାତ୍ ଜିଲ୍ଲା ସ୍ତରରେ ନୀଳଚକ୍ର ସମ୍ମାନ, ରାଜ୍ୟ ସ୍ତରୀୟ ମହିଷା ମର୍ଦ୍ଦନୀ ସାରସ୍ବତ ସମାରୋହ-୨୦୨୩ ସମ୍ମାନ ରେ ସମ୍ମାନିତ ଓ ଭଲ ଅଫିସର  ଏବଂ ଯୁବ ଲେଖକ ଭାବରେ ଡେଲାଙ୍ଗ ଅଞ୍ଚଳରେ ପରିଚିତ ଲାଭ କରିଛନ୍ତି ଅଶୋକ। ଅଶୋକ ଡେଲାଙ୍ଗ ବ୍ଲକର ଗଡ଼ମୋଟରୀ ପଞ୍ଚାୟତ ଅଧିନସ୍ଥ ଗଣ୍ଡପଡ଼ା ନୂଆ ସାହିରେ ପିତା ସୁନିଆ ବେହେରା ଓ ମାତା କେତୁକା ବେହେରାଙ୍କ କୋଳରେ ୧୯୮୩ ମସିହାରେ ଜନ୍ମଗ୍ରହଣ କରିଥିଲେ ଶ୍ରୀ ବେହେରା। ପିଲାବେଳୁ ଲେଖିବା ପାଇଁ ଇଛାଥିଲେ ମଧ୍ୟ ପରିବାର ସମସ୍ୟା ଅଶୋକଙ୍କ ଇଛାଶକ୍ତି ରେ ବାଧକ ସାଜିଥିଲା।ଅଭାବ ଅନଣ୍ଟ ମଧ୍ୟରେ ଅଶୋକ ପାଠପଢ଼ା ସାରିବା ପରେ ଲେଖିବା ଆରମ୍ଭ କରିଥିଲେ। ପ୍ରଥମେ ଶିଶୁ କବିତା ମୁଁ ଟିକି ସାଇକେଲ ଟିଏ ଦିତୀୟ କବିତା ଟି ମୁଁ ସୁଦାମ ବୁଢ଼ା ଭଳି ବିଭିନ୍ନ ରୋମାଞ୍ଚକ କବିତା ଲେଖି ଯୁବ ପିଢୀଙ୍କ ପାଇଁ ପ୍ରେରଣା ସାଜିଛନ୍ତି ଅଶୋକ। ଜୀବନର ଅନେକ ଝଡ଼ ଝଞ୍ଜା ଦେଇ ଜୀବନର ଚଲାପଥରେ ଆଗକୁ ବଢି ଚାଲିଛନ୍ତି ଅଶୋକ ଆଉ ପଛକୁ ଫେରି ନାହାନ୍ତି ଯୁବ ଲେଖକ ଅଶୋକ ବେହେରା।ପାଠ ପଢା ସରିବାର କିଛି ବର୍ଷ ପରେ ଅଶୋକଙ୍କୁ ମିଳିଥିଲା ଛୋଟିଆ ସରକାରୀ ଚାକିରୀ ଟିଏ ।  ଏବେ ଡେଲାଙ୍ଗ ଅଞ୍ଚଳର ବିଭିନ୍ନ ସ୍ଥାନରେ ଅଶୋକଙ୍କୁ ନେଇ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି ।

Leave a Reply

Your email address will not be published. Required fields are marked *