କେନ୍ଦ୍ରାପଡ଼ା, ୨୭/୦୭/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲାର ଆଳି ବ୍ଲକ ଅନ୍ତର୍ଗତ ବଡ଼ଆମ୍ବିଳା ପଂଚାୟତର ନୂଆଗାଁ ଗ୍ରାମର ଅବସରପ୍ରାପ୍ତ ଡାକ ବିଭାଗ ଅଧିକାରୀ ଉମେଶ ଚନ୍ଦ୍ର ମହାନ୍ତି (୮୪)ଙ୍କର କଟକ ବଡ ଡାକ୍ତରଖାନାରେ ଦେହାନ୍ତ ହୋଇଯାଇଛି । ମସ୍ତିକ ଆଘାତ ଜନିତ ରୋଗରେ ପୀଡିତ ହୋଇ ସ୍ୱର୍ଗତ ମହାନ୍ତି କୋଡିଏ ଦିନ ହେବ ଚିକିତ୍ସିିତ ହେଉଥିବା ବେଳେ ଶନିବାର ତାଙ୍କର ଦେହାନ୍ତ ହୋଇଯାଇଛି ।
ଏସମ୍ପର୍କରେ ଖବର ପାଇ ପଂଚାୟତ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ସେ ଜଣେ ମିଷ୍ଟଭାସି,ଧର୍ମପରାୟଣ ଓ ପରୋପକାରୀ ବ୍ୟକ୍ତି ଭାବେ ଜଣାଶୁଣା ଥିଲେ । ତାଙ୍କର ଜୀବନ କାଳ ଭିତରେ ମିତ୍ର କରିବା ଛଡା କାହାରି ଶତ୍ରୁ ହୋଇନାହାନ୍ତି । ତାଙ୍କ ମରଶରୀରକୁ ପୁରୀ ସ୍ୱର୍ଗଦ୍ୱାରକୁ ନିଆଯାଇ ସେଠାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ବେଳେ ନାତି ଅଙ୍କିତ କୁମାର ମହାପାତ୍ର ମୁଖାଗ୍ନି ଦେଇଥିଲେ । ମୃତୁ୍ୟ ବେଳକୁ ତାଙ୍କର ଝିଅ ଧରିତ୍ରୀ ଦାସ, ନାତି ଅଭିନାସ ସାହୁ ,ଅମିତ କୁମାର ଦାସ ଓ ଜ୍ୱାଇଁ ଦେବୀ ପ୍ରସାଦ ମହାପାତ୍ର ପ୍ରମୁଖ ମୃତୁ୍ୟ ଶଯ୍ୟା ନିକଟରେ ଉପସ୍ଥିତ ଥିଲେ ।
