ବିଜେପି ଦଳର ୪୬ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନ,୦୭/୦୪/୨୦୨୫ (ଓଡ଼ିଶା ସମାଚାର)-  ଭୁବନ ରେ ବିଜେପି ର ୪୬ ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ନଗର ମଣ୍ଡଳ ସଭାପତି ଶ୍ରୀଯୁକ୍ତ ଅଜିତ ବିହାରୀ ଙ୍କ ଅଧ୍ୟକ୍ଷତାରେ କାଳୀ ବଜାର ସ୍ଥିତ ଦଳୀୟ କାର୍ଯ୍ୟାଳୟ ରେ  ଆୟୋଜିତ ପ୍ରତିଷ୍ଠା ଦିବସ ରେ କାମାକ୍ଷା ନଗର ବିଧାୟକ ଶ୍ରୀଯୁକ୍ତ ଶତୃଘ୍ନ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକର୍ତ୍ତା ମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ ।

ସମ୍ମାନିତ ଅତିଥି ଭାବେ ପୂର୍ବତନ ଜିଲ୍ଲା ବିଜେପି ସଭାପତି ତଥା ବରିଷ୍ଠ ନେତା ପ୍ରେମାନନ୍ଦ ଜେନା,ଅରୁଣ ନାୟକ ଯୋଗଦେଇ ଆଗାମୀ ଦିନରେ ସଂଗଠନକୁ ଆହୁରି ଅଧିକ ଶକ୍ତିଶାଳୀ କରିବା ସହିତ ବିଜେପିର ସୁଶାସନ ଓ ଲୋକାଭିମୁଖୀ ଯୋଜନାକୁ ଘରେ ଘରେ ପହଞ୍ଚାଇବାକୁ କାର୍ଯ୍ୟକର୍ତ୍ତା ମାନଙ୍କୁ ପରାମର୍ଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *