କଟକ ସଦର,୦୪/୧୦/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଭାଇଚାରାର ସହର ବୋଲି ଡିଣ୍ଡିମ ପିଟୁଥିବା ଏଵଂ ପାର୍ବଣ ଆରମ୍ଭରୁ ଦଳମତ ନିର୍ବିଶେଷରେ ଅନେକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଓ ଭସାଣି ରେ ଗାମୁଛା ପକା ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଥିଲା ବେଳେ ଭସାଣିରେ ଫସର ଫାଟିଲା କଟକର ଭାଇଚାରା ଓ ସୁରକ୍ଷା ବ୍ୟବସ୍ଥା।
ଗୋଷ୍ଠୀ ସଂଘର୍ଷରେ ସ୍ୱୟଂ ଡିସିପି ଖିଲାରି ରିଷିକେଶ ରକ୍ତାକ୍ତ ହୋଇଥିବା ବେଳେ ଅନେକ ପୋଲିସ କର୍ମଚାରୀ ଓ ଲୋକେ ଆହତ ହୋଇଥିବା ଜଣାପଡିଛି। ପ୍ରକାଶ ଯେ
ଗତକାଲି ଶୁକ୍ରବାର ବିଳମ୍ବିତ ରାତି ୨ ଟାରେ ଝାଞ୍ଜିରମଙ୍ଗଳା ମେଢ଼ ଶୋଭାଯାତ୍ରାରେ ଯାଉଥିବା ବେଳେ ଦରଘାଵଜାର ହାତୀ ପୋଖରୀ ଠାରେ ହଠାତ୍ ଏକ ଛାତ ଉପରୁ ଢେଲା ପଥର ଓ ଵୋତଲମାଡ ହୋଇଥିଲା। ଏଥିପାଇଁ ଘଟଣା ସ୍ଥଳରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା।
ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ଲାଠି ଚାର୍ଜ କରାଯାଇଥିଲା ବେଳେ ଘଟଣାସ୍ଥଳରେ କେନ୍ଦ୍ରୀୟ ପୋଲିସ ବଳ ଓ ରାପିଡ୍ ଆକ୍ସନ ଫୋର୍ସ ମୁତୟନ ରହିଥିବା ଜଣାପଡିଛି। ଗଣ୍ଡଗୋଳ ଯୋଗୁଁ ଅନେକ ମେଢ଼ ରାସ୍ତାରେ ଅଟକି ରହିଥିବା ବେଳେ ଅନେକ ବାଟ ଭାଙ୍ଗି ନିଜ ନିଜ ଅଞ୍ଚଳକୁ ଫେରିଯାଇଥିବା ଜଣାପଡିଛି। ଏହି ପରିପ୍ରେକ୍ଷୀରେ ଚାଉଳିଆଗଞ୍ଜ ମେଢ଼ ଫେରିଆସି ତାଳଦଣ୍ଡା କେନାଲରେ ବିସର୍ଜିତ ହୋଇଥିବା ଜଣାଯାଇଛି।
