ଖୋର୍ଦ୍ଧା, ୨୭/୧୨/୨୦୨୩ (ଓଡ଼ିଶା ସମାଚାର)- ରାଜ୍ୟ ସରକାରଙ୍କ ଭ୍ରଷ୍ଟାଚାର, ଦୁର୍ନୀତି ଏବଂ ମନମୁଖୀ ଶାସନ ବିରୁଧରେ ଖୋର୍ଦ୍ଧା ବିଜେପି ନେତା ତଥା ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ କାଳୁଚରଣ ଖଣ୍ଡେଇତରାୟଙ୍କ ନେତୃତ୍ୱରେ ୬୦୦୦ ରୁ ଉର୍ଦ୍ଧ୍ବ କାର୍ଯ୍ୟକର୍ତ୍ତାମାନଙ୍କୁ ନେଇ ଖୋର୍ଦ୍ଧା ନିର୍ବାଚନମଣ୍ଡଳୀର ଟାଙ୍ଗୀବ୍ଲକ ଘେରାଉ କାର୍ଯ୍ୟକ୍ରମ କରାଯାଇଥିଲା। ଏହି ଅବସରରେ ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ପ୍ରସାଦ ଶତପଥୀ, ପୂର୍ବତନ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ଉପସଭାପତି ଶ୍ରୀରଞ୍ଜନ ମଙ୍ଗରାଜ, ବରିଷ୍ଠ ବିଜେପି ନେତା ନିକୁଞ୍ଜ କିଶୋର ପଟ୍ଟନାୟକ, ରାଜ୍ୟ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ରଶ୍ମୀମୟୀ ପଟ୍ଟନାୟକ, ବିଧାନସଭା ସଂଯୋଜକ କିଶୋର ଚନ୍ଦ୍ର ବରାଳ, ଯୁବ ନେତା ଲକ୍ଷ୍ମୀକାନ୍ତ ମିଶ୍ର, ୯ନଂ ଜୋନ ମଣ୍ଡଳ ସଭାପତି ବିପିନ ପାଲଟା ସିଂହ, ୧୦ନଂ ଜୋନ ମଣ୍ଡଳ ସଭାପତି ପବିତ୍ର ହରିଚନ୍ଦନ, ୧୧ନଂ ଜୋନ ମଣ୍ଡଳ ସଭାପତି ପୂର୍ଣ୍ଣ କଳସ, ୧୨ନଂ ଜୋନ ମଣ୍ଡଳ ସଭାପତି ଆଲୋକ ରଞ୍ଜନ ଛୋଟରାୟ , ଖୋର୍ଦ୍ଧା ଜିଲ୍ଲା ବିଜେପି ଯୁମୋର୍ଚ୍ଚା ଉପସଭାପତି କପିଳେଶ୍ୱର ପାଟ୍ଟଶାଣୀ , ନଗର ସାଧାରଣ ସଂପାଦକ ତ୍ରିଲୋଚନ ଦାସ , ବରିଷ୍ଠ ବିଜେପି ନେତା ରଘୁନାଥ ସାହୁ, ରାମଚନ୍ଦ୍ର ପରିଡା, ହେମନ୍ତ ବେହେରା ପ୍ରମୁଖ ଯୋଗଦେଇ ରାଜ୍ୟସରକାରଙ୍କୁ ସମାଲୋଚନା କରିବା ସହ ଟାଙ୍ଗି ବ୍ଲକରେ ହେଉଥିବା ପିସି କାରବାର, ଦୁର୍ନୀତି ଏବଂ ଭ୍ରଷ୍ଟାଚାର ବନ୍ଦ କରିବା ପାଇଁ ଚେତାବନୀ ଦେଇଥିଲେ। ବ୍ଲକ ପ୍ରଶାସନର ଅବହେଳା ଯୋଗୁଁ ଯଦି ସାଧାରଣ ଗରିବ ଖଟିଖିଆ କୌଣସି ବି ସରକାରୀ ସୁବିଧାରୁ ବଂଚିତ ହୁଏ ତେବେ ଏହି ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ନେତୃବନ୍ଦ ମାନେ ଚେତାବନୀ ଦେଇଥିଲେ।