ପାରାଦୀପ, ୧୬/୦୩/୨୦୨୪(ଓଡ଼ିଶା ସମାଚାର)- ସରକାର ସବୁ ବର୍ଗର କର୍ମଚାରୀ ତଥା ଅନୁଷ୍ଠାନ ମାନଙ୍କର ଦାବି ପ୍ରତି ଦୃଷ୍ଟି ଦେଇ ପ୍ରତିଦିନ ନୂଆ ନୂଆ ଯୋଜନା ଏବଂ ଅନୁଦାନ ଘୋଷଣା କରି ଚାଲିଥିବା ବେଳେ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ଦାବି ପ୍ରତି ଅଣଦେଖା କରିଚାଲିଛନ୍ତି । ରାଜ୍ୟରେ ସମ୍ବାଦିକ ସୁରକ୍ଷା ଆଇନ ଲାଗୁ,୬୦ ବର୍ଷ ପରେ ସାମ୍ବାଦିକ ମାନଙ୍କୁ ପେନସନ, ସ୍ୱାସ୍ଥ୍ୟ ବୀମାରେ ବାପା ମାଆ ଓ ୨୫ ବର୍ଷ ପର୍ଯ୍ୟନ୍ତ ପୁଅ ଝିଅ ମାନଙ୍କୁ ସାମିଲ ଓ ସରକାରୀ ଅଧିସ୍ୱୀକୃତି ବହୁଳ ପରିମାଣରେ ପ୍ରଦାନ ଦାବିରେ ଉତ୍କଳ ସାମ୍ବାଦିକ ସଂଘ, ଓଡିଶା ଡ଼ାକରାରେ ରାଜ୍ୟବ୍ୟାପି କାର୍ଯ୍ୟରତ ସାମ୍ବାଦିକମାନେ କଳା ବ୍ୟାଜ ପରିଧାନ କରିବା ସହିତ ବିକ୍ଷୋଭ ପଦର୍ଶନ କରିଛନ୍ତି । ସେହିପରି ଜଗତସିଂହପୁର ଜିଲା ତିର୍ତୋଲ ବ୍ଲକ କାର୍ଯ୍ୟାଳୟ ପରିସରରେ ସଂଘ ପକ୍ଷରୁ ତିର୍ତୋଲ ଶାଖାର କାର୍ଯ୍ୟରତ ସାମ୍ବାଦିକ ମାନେ ଏକାଠି ହୋଇ କଳା ବ୍ୟାଜ ପରିଧାନ କରିବା ସହ ବିକ୍ଷୋଭ ପଦର୍ଶନ କରିଥିଲେ । ଜଗତସିଂହପୁର ଜିଲା ସଂଘର ସଙ୍ଗଠନ ସମ୍ପାଦକ ଅମର ଜ୍ୟୋତି ସାହୁ, ବ୍ଲକ ସଭାପତି ମାନଓ କୁମାର ସୂତାର, ବରିଷ୍ଠ ସାମ୍ବାଦିକ ସୁଧାଂଶୁ ଶେଖର ପୃଷ୍ଟି, ନିଶାକର ଦାସ, ଚନ୍ଦ୍ରକାନ୍ତ ବାରିକ, ପ୍ରଭାତ କୁମାର ପରିଡା, ଭାନୁଶଙ୍କର ରାଉତରାୟ, ସୌରଜିତ ପଢ଼ିଆରୀ, ଏମ.ଏସ.ରାଜନ କୁମାର, ଜଗନ୍ନାଥ ପ୍ରସାଦ ସାହୁ, ସତ୍ୟପ୍ରକାଶ ମହାନ୍ତି, ସ୍ୱାଗତ ରଞ୍ଜନ ଦାସ ପ୍ରମୁଖ କଳା ବ୍ୟାଜ ପିନ୍ଧି ବ୍ଲକ କାର୍ଯ୍ୟାଳୟ ପରିସରରେ ଅବସ୍ଥାପିତ ଗାନ୍ଧିଜୀ ଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଶାନ୍ତି ୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ରାଜ୍ୟ ସରକାର ଖୁବ ଶୀଘ୍ର ସାମ୍ବାଦିକ ମାନଙ୍କ ଦାବି ପ୍ରତି ଦୃଷ୍ଟି ନଦେଲେ ଆଗକୁ ଆନ୍ଦୋଳନକୁ ଅଧିକ ତୀବ୍ର କରାଯିବ ବୋଲି ରାଜ୍ୟ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।
ବିଭିନ୍ନ ଦାବି ନେଇ କଳାବ୍ୟାଜ୍ ପିନ୍ଧିଲେ ସାମ୍ବାଦିକ
