ଯାଜପୁର, ୨୧/୦୧/୨୦୨୫ (ଓଡ଼ିଶା ସମାଚାର)- ଯାଜପୁର ବ୍ଲକ ଅନ୍ତର୍ଗତ ସୁଜନପୁର ପଂଚାୟତ ହସନପୁର ଗ୍ରାମର ସ୍ବର୍ଗତ ଅଭିମନ୍ୟୁ ଜେନା ଙ୍କ ପୁତ୍ର ଅଞ୍ଜନ ଜେନା ବୟସ ୨୫ ବର୍ଷ ତାମିଲନାଡୁ ସ୍ଥିତ କୋଏମ୍ବଟୁର ରେ ଏକ କମ୍ପାନୀରେ କାମ କରୁଥିଲେ ।

ଦୁଇ ଦିନ ତଳେ ତାଙ୍କ ମୃତ୍ୟୁ ଖବର ପରିବାର ଜାଣିବା ପରେ ଏଯାଏ ତାଙ୍କର ମୃତ ଶରୀର ଆଣିବାକୁ ପରିବାର ସମର୍ଥ ହୋଇପାରିନାହିଁ । ଅର୍ଥାଭାବ ଯୋଗୁଁ ପରିବାର ତାମିଲନାଡୁ ଯିବା ଅସମ୍ଭବ ।ଏଣୁ ସରକାର ଏପ୍ରତି ଦୃଷ୍ଟି ଦେଇ ମୃତ ଶରୀରକୁ ତାଙ୍କ ପରିବାର ନିକଟରେ ପହଞ୍ଚାଇବା କୁ ପରିବାର , ଗ୍ରାମବାସୀ ଓ ସୁଜନପୁର ସଫପଞ୍ଚ ଶ୍ରୀମତୀ ବିଷ୍ଣୁପ୍ରିୟା ମହାକୁଡ଼ , ସମିଟିସଭ୍ୟ ନାରାୟଣ ଜେନା ପ୍ରମୁଖ ନିବେଦନ କରିଛନ୍ତି ।