ଆରବ ସାଗରରେ ସୃଷ୍ଟି ହେଲା ବାତ୍ୟା ‘ଶକ୍ତି’

ଓଡ଼ିଶା ଉପରେ ବାତ୍ୟାର କୌଣସି ପ୍ରଭାବ ରହିବ ନାହିଁ

ଭୁବନେଶ୍ୱର,୦୩/୧୦/୨୦୨୫ (ଓଡ଼ିଶା ସମାଚାର)-  ଆରବ ସାଗରରେ ସୃଷ୍ଟି ହେଲା ବାତ୍ୟା ‘ଶକ୍ତି’।୨୪ ଘଣ୍ଟାରେ ଆହୁରି ଘନୀଭୂତ ହେବ । ଭୀଷଣ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ଓଡ଼ିଶା ଉପରେ ବାତ୍ୟାର କୌଣସି ପ୍ରଭାବ ରହିବ ନାହିଁ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଆଗାମୀ ୨୪ ଘଣ୍ଟାରେ ଏହି ନିମ୍ନ ଚାପ ଘନୀଭୂତ ହୋଇ ଏକ ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ପାକିସ୍ତାନର ସିନ୍ଧ ଉପକୂଳୀୟ ଅଞ୍ଚଳରେ ପ୍ରବଳ ବର୍ଷା ଓ ଉଚ୍ଛଳ ସମୁଦ୍ର ଲହରୀର ଆଶଙ୍କା ରହିଛି। ଓମାନ ଓ ଗୁଜରାଟ ପ୍ରଶାସନମାନେ ସମ୍ଭାବ୍ୟ ପ୍ରଭାବ ପାଇଁ ସତର୍କ ରହିଛନ୍ତି। ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ରରେ ଯାତ୍ରା ଏଡ଼ବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *