ପୁରୀ,୨୫/୦୮/୨୦୨୫ (ଓଡ଼ିଶା ସମାଚାର)- ଜଗନ୍ନାଥ ସଂସ୍କୃତ ବିଶ୍ୱ ବିଦ୍ୟାଳୟରେ ଅନୁଷ୍ଠିତ ଶ୍ରୀ ଜଗନ୍ନାଥଙ୍କ ନବକଳେବର ସିନେମା ଶ୍ରୀ ସଦାଶିବ ପରିସର ରେ ସ୍ଵତନ୍ତ୍ର ଭାବେ ପ୍ରଦର୍ଶିତ ହୋଇଥିଲା । ଏହି ଅବସର ରେ ଅତିଥି ଭାବେ ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ସୁଭାସିସ ଖୁଣ୍ଟିଆ , ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପତାଯୋଷି , ସଦାଶିବ ପରିସର ର ନିର୍ଦ୍ଦେଶକ ପ୍ରଫେସର ପ୍ରଭାତ କୁମାର ମହାପାତ୍ର , ପୂଜାପଣ୍ଡା ନିଯୋଗ ସମ୍ପାଦକ ମାଧବ ଚନ୍ଦ୍ର ପୂଜାପଣ୍ଡା, ପୂର୍ବତନ ପରିଚାଳନା ସଭ୍ୟ ଅନନ୍ତ ତିଆଦି, ଭଗବାନ ସୁଆର ଜଗନ୍ନାଥ ଖୁଣ୍ଟିଆ, ସୋମନାଥ ଖୁଣ୍ଟିଆ ,ଜ୍ୟୋତିର୍ମୟୀ ମିଶ୍ର ଉପସ୍ଥିତି ଥିଲେ । ଏହି ପ୍ରଦର୍ଶନ କୁ ଛତିଶା ନିଯୋଗ ଏବଂ ସୁଆର ମହାସୁଆର ନିଯୋଗ ଆୟୋଜନ କରିଥିଲେ । ସୁଆର ମହାସୁଆର ନିଯୋଗ ର ସଭାପତି ପଦ୍ମନାଭ ମହାସୁଆର , ସମ୍ପାଦକ ନାରାୟଣ ମହାସୁଆର ସବୁ ଅତିଥି ମାନଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ ।
ଏହି ସିନେମା ର କଳାକାର ପିଙ୍କି ପ୍ରଧାନ, କେଦାର ମିଶ୍ର , ରବି ମିଶ୍ର, ସର ଅପା ଉପସ୍ଥିତି ଥିଲେ।
ଏହି ଅବସର ରେ ଛତିଶା ନିଯୋଗ ତରଫରୁ ମାର୍ଗ ଦର୍ଶକ ଓ ପ୍ରେରଣା ପାଇଁ ପରମ୍ ପୂଜ୍ୟ ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀ ଙ୍କୁ ମହାପ୍ରଭୁ ଅଙ୍ଗବସ୍ତ୍ର ପାଟ ପ୍ରଦାନ କରାଯାଇଥିଲା ଏବଂ ବିନୀ ସାମଲ ଓ ପୁରା ଟିମ୍ କୁ ଶ୍ରୀମନ୍ଦିର ଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମ ର ମୁଖ୍ୟ ସୂତ୍ରଧାର ଅଭିନେତା ଶମ୍ଭୁନାଥ ଖୁଣ୍ଟିଆ ମଞ୍ଚ ପରିଚାଳନା କରିଥିବା ବେଳେ ଡ଼ ବିଶ୍ଵନାଥ ମିଶ୍ର ମଞ୍ଚ ସଂଯୋଜନା କରିଥିଲେ।
