ଜିଲା ଓକିଲ ସଂଘର ନୂତନ ଗୃହ ଉଦଘାଟିତ

କେନ୍ଦ୍ରାପଡା, ୧୧/୦୩/୨୦୨୪ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲା ଓକିଲ ସଂଘର କୋଷାଗାର ସମ୍ମୁଖରେ ନବନିର୍ମିତ ନୂତନ ଗୃହଟି ଆଜି ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲଳ ଓକିଲ ସଂଘ ସଭାପତି ବିଚିତ୍ରାନନ୍ଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏବଂ ସରକାରୀ ଓକିଲ ସଞ୍ଜୟ କୁମାର ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ଅତିରିକ୍ତ ଜିଲାଜଜ ଅଜୟ କୁମାର ପ୍ରଧାନ ଓ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ଅତିଥି ଭାବେ ଯୋଗଦେଇ ନବନିର୍ମିତ ଗୃହକୁ ଉଦଘାଟନ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ଏହି ଗୃହ ନିର୍ମାଣ ପାଇଁ ପ୍ରଥମେ ଗତ ୨୦୧୮ମସିହାରେ ତତକାଳୀନ ବିଧାୟକ କିଶୋର ଚନ୍ଦ୍ର ତରାଇଙ୍କ ପ୍ରଚେଷ୍ଟାରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ୮ଲକ୍ଷ ଟଙ୍କା ସରକାରଙ୍କ ସ୍ୱତନ୍ତ୍ର ସମସ୍ୟା ପାଣ୍ଠିରୁ ମଞ୍ଜୁର କରାଇଥିଲେ । ଏହି ଅର୍ଥରେ କେନ୍ଦ୍ରାପଡା କୋଷାଗାର ସମ୍ମୁଖରେ ଗୃହ ନିର୍ମାଣ କାର୍ଯ୍ୟ ସେତେବେଳେ ଆରମ୍ଭ ହୋଇଥିଲେ ବି ପରେ ଅର୍ଥର ଅଭାବ ଯୋଗୁଁ ସଂପୂର୍ଣ୍ଣ ହୋଇପାରିନଥିଲା । କିଛିଦିନ ପୂର୍ବରୁ ୫-ଟି ଅଧ୍ୟକ୍ଷ ଭି. କାର୍ତିକେୟନ ପାଣ୍ଡିଆନଙ୍କ କେନ୍ଦ୍ରାପଡା ଗସ୍ତ ସମୟରେ ଜିଲା ଓକିଲ ସଂଘର କର୍ମକର୍ତାମାନେ ଖାଦ୍ୟ ଓ ଖାଉଟି କଲ୍ୟାଣ,ସମବାୟ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ନେତୃତ୍ୱରେ ସ୍ଥାନୀୟ ପ୍ରଦକ୍ଷଣ ଭବନରେ ଶ୍ରୀ ପାଣ୍ଡିଆନଙ୍କୁ ଭେଟି ଏହି ଗୃହର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ଆବଶ୍ୟକ ଅର୍ଥ ମଞ୍ଜୁର କରିବାକୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ମନ୍ତ୍ରୀ ଶ୍ରୀ ନାୟକଙ୍କ ପ୍ରଚେଷ୍ଟାରେ ୫-ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ ଏହି ଗୃହଟିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ୩୦ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପାଣ୍ଠିରୁ ମଞ୍ଜୁର କରିବା ପରେ ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିଥିଲା । ଏହି ଉତ୍ସବରେ ଅନ୍ୟତମ ଅତିଥି ଭାବେ ପରିବାର ଅଦାଲତ ଜଜ ବିକାଶ କୁମାର ଦେ ମଂଚାସୀନ ଥିଲେ । ଏଥିସହିତ ସିଭିଲ କୋର୍ଟ ରେଜିଷ୍ଟ୍ରାର ରମାଦେବୀ ସୋରେନ, ପୋକ୍ସୋ କୋର୍ଟର ଅତିରିକ୍ତ ଜିଲାଜଜ ପ୍ରଣତୀ ପଟ୍ଟନାୟକଙ୍କ ସମେତ କେନ୍ଦ୍ରାପଡା ଅଦାଲତର ସମସ୍ତ ଜଜମାନେ ଏହି ଉତ୍ସବରେ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ସରୋଜରାଜ ସିଂ, ବଳଦେବ ପ୍ରସାଦ ସାମନ୍ତରାୟ, ଧରଣୀଧର ସୁଆର, ଗଗନବିହାରୀ ଜେନା, ପ୍ରଫୁଲ୍ଲ ସାହୁ, ବିଭୁ ପ୍ରସାଦ ସିଂ, ଗୋବର୍ଦ୍ଧନ ରାଉତ, ଓକିଲ ସଂଘ ସମ୍ପାଦକ ଧନୁର୍ଧର ନାୟକ, ରବି ଦାସ, ରବିନାରାୟଣ ମହାନ୍ତି, ଅକ୍ଷୟ ନାଥ, ନିତ୍ୟାନନ୍ଦ ସ୍ୱାଇଁ, ରମଣୀରଞ୍ଜନ ରାଉତରାୟ, ରଞ୍ଜନ ପଣ୍ଡା, ସରୋଜ ଜେନା, ଇତିହାସ ଲେଙ୍କା, ଅରୁଣ ପ୍ରସାଦ ଦାସ, ନିରଞ୍ଜନ ବଳ, ଶାନ୍ତି ଭୂୟାଁ, ମନୋଜ ସାହୁ, ବ୍ରଜସୁନ୍ଦର ରାଉତ, ଜ୍ଞାନ ମହାନ୍ତି, ଅନ୍ନଦା ପ୍ରସାଦ ଦାସ, ମାନସ ଧଳ, ବୀରେନ୍ଦ୍ର ଦାସ, ବଳଭଦ୍ର ପଣ୍ଡା, ମହେଶ୍ୱର ବେହେରା ପ୍ରମୁଖ ବହୁ ଆଇନଜୀବୀ ଉପସ୍ଥିତ ଥିଲେ । ଶେଷରେ ସଂଘର ଉପସଭାପତି ପ୍ରଭାତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *