କଟକ ସଦର, ୦୨/୧୦/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଵୈୟାଳିସ ମୌଜା ଦୂର୍ଗା ପୂଜା କମିଟି ପକ୍ଷରୁ ବିଭିନ୍ନ ମଣ୍ଡପ ମାନଙ୍କରେ ଦେଵୀ ପୂଜା ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଓ ମହାସମାରୋହରେ ଅନୁଷ୍ଠିତ ହୋଇଛି।

ଏହି ଅବସରରେ ଆଜି ଗୁରୁବାର ଵିଜୟା ଦଶମୀ ଦିନ ପ୍ରତିକୂଳ ପାଗ ସତ୍ୱେ ବ୍ରହ୍ମପୁର ଦୂର୍ଗା ମଣ୍ଡପରେ କମିଟି ପକ୍ଷରୁ ସାମ୍ୱାଦିକ ଓ ବିଭିନ୍ନ ବ୍ୟକ୍ତିବିଶେଷ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଆଜି ହଜାର ହଜାର ଶ୍ରଦ୍ଧାଳୁ ମାନଙ୍କ ପାଇଁ ଦହି ପଖାଳ ପ୍ରସାଦ ବିତରଣ କରାଯାଇଥିଲା । ସଂଧ୍ୟାରେ ଜଣାଶୁଣା ତଥା ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆ ସଙ୍ଗୀତ ପରିବେଷଣ କରିବେ ବୋଲି ଆୟୋଜକ ମାନଙ୍କ ପକ୍ଷରୁ କମିଟି ର ସଂପାଦକ ସମୀର ପଣ୍ଡା କହିଛନ୍ତି।
