ଜିଲ୍ଲା ପରିବେଶ ସମିତିର ଜିଲ୍ଲା ସ୍ତରୀୟ ବନ ମହୋତ୍ସବ ସପ୍ତାହ ପାଳନ

ଯାଜପୁର ୦୪/୦୭/୨୦୨୫ (ଓଡ଼ିଶା ସମାଚାର)- ନନ୍ଦିପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ପରିବେଶ ସମିତି ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ୭୬ ତମ ବନ ମହୋତ୍ସବ ସପ୍ତାହ ପାଳନ ଦଶରଥପୁର ବ୍ଲକ ର ପୂର୍ବତନ ମଣ୍ଡଳ ଶିକ୍ଷା ଅଧିକାରୀ ତଥା ମୁଖ୍ୟ ଅତିଥି ଅର୍ଣ୍ଣଦା ପ୍ରସାଦ ରଣାଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ବର୍ଷା ଋତୁରେ ଵୃକ୍ଷ ରୋପଣ କରି ତାହାର ଯତ୍ନ ନେଇ କିପରି ପରିବେଶ ସୁରକ୍ଷା କରାଯାଇ ପାରିବ ତାହା ସେ ବର୍ଣ୍ଣନା କରିଥିଲେ । ରିଜିଓନାଲ ମହାବିଦ୍ୟାଳୟର ଅଧ୍ୟକ୍ଷ ଶାନ୍ତନୁ କୁମାର ନାୟକ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ ଵୃକ୍ଷ ରୋପଣର ମହତ୍ୱ ଓ ଏହାର ଉପାଦେୟତା ସମ୍ୱନ୍ଧରେ ଅଲୋଚନା କରିଥିଲେ । ପ୍ରାକ୍ତନ ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ପରିଡା ସାମ୍ନାନୀୟ ଅତିଥି ରୂପେ ଯୋଗ ଦେଇ ବନ ମହୋତ୍ସବ ପାଳନ ଓ ଵୃକ୍ଷ ରୋପଣ ସମ୍ବନ୍ଧରେ ଆଲୋଚନା କରିଥିଲେ । ନନ୍ଦିପୁର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ଅନୁପ କୁମାର ଧଳ .ସଭାପତି ରୂପେ ସଭା ପରିଚାଳନା କରିଥିଲେ ।


ସମିତିର ସମ୍ପାଦକ ଡଃ ଶରତ କୁମାର ସାହୁ ଆଲୋଚନା ଚକ୍ର ଓ ୭୬ ତମ ବନ ମହୋତ୍ସବ ସପ୍ତାହ ପାଳନର ଉଦେଶ୍ୟ ଓ ଆବଶ୍ୟକତା ଉପରେ ସୂଚନା ପ୍ରଦାନ କରିଥିଲେ । ମୁଗୁପାଳ ସରକାରୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ବିଷ୍ଣୁ ଚରଣ ସାହୁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ପରିବେଶ ସଚେତନତା ବିଶେଷତଃ ଵୃକ୍ଷ ରୋପଣ ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରିବା ପାଇଁ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଇକୋ କ୍ଲବର ଛାତ୍ର ଓ ଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇ ଥିବା ତର୍କ, ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର, ପ୍ରମାଣପତ୍ର ଓ ଏକ ଫଳ ଗଛ ଚାରା ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଉକ୍ତ ବିଦ୍ୟାଳୟର ଛାତ୍ରୀ ମାନେ ଉଦ୍ଘାଟନୀ ସଂଗୀତ ପରିବେଷଣ କରିଥିଲେ । ଉତ୍ତଙ୍ଗରକ୍ଷ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସରୋଜ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

ଆଜି ସକାଳେ ଵୃକ୍ଷ ରୋପଣ ଓ ପରିବେଶ ସଚେତନତା ପାଇଁ ଛାତ୍ର, ଛାତ୍ରୀ, ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ନେଇ ଏକ ସଚେତନତା ପଦଯାତ୍ରା ନନ୍ଦିପୁର ବଜାରରେ ଅନୁଷ୍ଠିତ ହୋଇଥିଲା । ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇ ସଚେତନତା ସୃଷ୍ଟି କରାଯାଇଥିଲା । ବିଦ୍ୟାଳୟ ପରିସରରେ ଵୃକ୍ଷ ରୋପଣ କରାଯାଇ ଥିଲା । କୃତି ପ୍ରତିଯୋଗୀ ଓ ଛାତ୍ର ଛାତ୍ରୀ ମାନଙ୍କୁ ଗୋଟିଏ ଗୋଟିଏ ଫଳ ଗଛ ଚାରା ବଣ୍ଟନ ସହିତ ଅନ୍ୟାନ୍ୟ ଛାତ୍ର, ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଗଛ ଚାରା ବଣ୍ଟନ କରାଯାଇଥିଲା । ଧବଳଗିରିର ପ୍ରକୃତି ବନ୍ଧୁ ପ୍ରଣତି ପ୍ରୀତି ନନ୍ଦା ନାୟକ ଛାତ୍ର ଛାତ୍ରୀ ମାନଙ୍କୁ ଗୋଟିଏ ଗୋଟିଏ ଗଛ ଚାରା ପ୍ରଦାନ କାରିଥିଲେ । ଉକ୍ତ ବିଦ୍ୟାଳୟ ପରିସରରେ ଛାତ୍ର,ଛାତ୍ରୀ,ଶିକ୍ଷକ ଓ ଶିକ୍ଷୟତ୍ରୀ ବୃକ୍ଷ ରୋପଣ କରିଥିଲେ ।  ବିଦ୍ୟାଳୟର ଶିକ୍ଷଜ, ଶିକ୍ଷୟତ୍ରୀ ଓ କର୍ମଚାରୀ ଏହି ପରିବେଶ ଦିବସ ପାଳନରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *