ଆଇନ ସମ୍ମତ ପୋଷ୍ୟ ସନ୍ତାନ ଗ୍ରହଣ ନିମନ୍ତେ କର୍ମଶାଳା

କେନ୍ଦ୍ରାପଡ଼ା,୦୪/୦୧/୨୦୨୪ (ଓଡ଼ିଶା ସମାଚାର)- ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଆଇନ ସମ୍ମତ ପୋଷ୍ୟ ସନ୍ତାନ ଗ୍ରହଣ ନିମନ୍ତେ ଏକ ଦିନିକିଆ ସଚେତନତା କର୍ମଶାଳା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଅନୀତା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ପ୍ରଶିକ୍ଷକ ଭାବେ ଡ଼ା.ଦେବରାଜ ପାଣିଗ୍ରାହୀ ଯୋଗଦେଇ ଆଇନଗତ ଭାବେ ପୋଷ୍ୟ ସନ୍ତାନ ଗ୍ରହଣ କରିବା ସମ୍ବନ୍ଧରେ ବିଶଦ ଆଲୋଚନା କରିଥିଲେ । ସେହିପରି ଆନୁଷ୍ଠାନିକ ସେବା, କିଶୋର ନ୍ୟାୟ ଆଇନ ଏବଂ ପୋଷ୍ୟ ସନ୍ତାନ ଗ୍ରହଣ ନିୟମାବଳୀ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା ଓ ଜିଲାର ସ୍ୱାସ୍ଥ୍ୟ କର୍ମୀ (ମହିଳା ଓ ପୁରୁଷ), ସ୍ୱାସ୍ଥ୍ୟ ସହାୟକ, ଶିଶୁ ଯତ୍ନ ଅନୁଷ୍ଠାନ, ଜାଗୃତି ଗୃହର କର୍ମକର୍ତା ଓ ୱାନ୍ ଷ୍ଟପ୍ ସେଂଟର(ସଖି)ର କର୍ମକର୍ତା ଏବଂ ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧିମାନେ ଏଥିରେ ଭାଗ ନେଇଥିଲେ । ଅତିଥି ଭାବେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଡ଼ା. ନୃପେନ କୁମାର ଶତପଥି ଓ କୃଷ୍ଣଚନ୍ଦ୍ର ଲୋହା ଯୋଗଦେଇ ସମାଜର ପ୍ରତ୍ୟେକ କ୍ଷେତ୍ରରେ ଶିଶୁମାନଙ୍କ ପ୍ରତି ହେଉଥିବା ଅବିଚାର, କୁପୋଷଣ ଓ ସୁରକ୍ଷା ଦିଗ ପ୍ରତି ଆଲୋକପାତ କରିବା ସହ ପ୍ରତ୍ୟେକ ବର୍ଗର ନାଗରିକମାନଙ୍କ ସଚେତନତାର ଆବଶ୍ୟକ ରହିଛି ବୋଲି କହିିଥିଲେ । ଏଥିରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ ପୌରହିତ୍ୟ କରିଥିବା ବେଳେ ଜିଲା ଶିଶୁ ସୁରକ୍ଷା ୟୁନିଟର ସମସ୍ତ କର୍ମକର୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *