ନୟାପଲ୍ଲୀ ବଳାତ୍କାର ଘଟଣା ର ଅଭିଯୁକ୍ତ ଯୁବକ ଏନ୍କାଉଣ୍ଟର ରେ ଆହତ
ଭୁବନେଶ୍ୱର,୦୩/୧୦/୨୦୨୬(ଓଡ଼ିଶା ସମାଚାର)- ରାଜଧାନୀ ଭୁବନେଶ୍ୱରର ନୟାପଲ୍ଲୀ ଥାନା ଅଞ୍ଚଳରେ ଘଟିଥିବା ଚର୍ଚ୍ଚିତ ଯୁବତୀ ବଳାତ୍କାର ଘଟଣାର ଅଭିଯୁକ୍ତ ଯୁବକ ଙ୍କୁ ଗିରଫ କରିବା ପାଇଁ ଚଢ଼ାଉ ବେଳେ ପୋଲିସ ଓ ଅଭିଯୁକ୍ତ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ପୋଲିସ ଉପରକୁ ଗୁଳି ଚଳାଇ ଅଭିଯୁକ୍ତ ଯୁବକ ଖସିବା ପାଇଁ ଉଦ୍ୟମ କରିଥିଲା ପୋଲିସ। ନିଜର ଆତ୍ମରକ୍ଷା ପାଇଁ ପୋଲିସ ପାଲଟା ଗୁଳି ଚଳାଇବାରୁ ଗୁଳିଟି ଅଭିଯୁକ୍ତଙ୍କ ଗୋଡ଼ରେ ବାଜିବାରୁ ସେ ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ନୟାପଲ୍ଲୀ ଅଞ୍ଚଳରେ ଜଣେ ଯୁବତୀଙ୍କୁ ବନ୍ଧୁକ ମୁନରେ ବଳାତ୍କାର କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏହି ସମ୍ବେଦନଶୀଳ ମାମଲାକୁ ଗୁରୁତର ସହ ନେଇ କମିଶନରେଟ୍ ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା। ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଟିମ୍ ଅଭିଯୁକ୍ତ ଲୁଚି ରହିଥିବା ସ୍ଥାନରେ ଚଢ଼ାଉ କରିଥିଲା।
ପୋଲିସକୁ ଦେଖି ଅଭିଯୁକ୍ତ ଜଣକ ଛତ୍ରଭଙ୍ଗ ଦେବା ସହ ନିଜ ପାଖରେ ଥିବା ମାରଣାସ୍ତ୍ରରୁ ପୋଲିସ ଉପରକୁ ଗୁଳି ଚଳାଇଥିଲା। ନିଜର ଆତ୍ମରକ୍ଷା ଏବଂ ଅଭିଯୁକ୍ତଙ୍କୁ କାବୁ କରିବା ପାଇଁ ପୋଲିସ ପକ୍ଷରୁ ପାଲଟା ଗୁଳିଚାଳନା କରାଯାଇଥିଲା। ଏଥିରେ ଗୋଟିଏ ଗୁଳି ଅଭିଯୁକ୍ତଙ୍କ ବାମ ଗୋଡ଼ରେ ବାଜିଥିଲା, ଯାହା ଫଳରେ ସେ ସେହିଠାରେ ପଡ଼ିଯାଇଥିଲେ।
ଏହି ଏନ୍କାଉଣ୍ଟର ସ୍ଥଳରୁ ପୋଲିସ ଗୋଟିଏ ବାନ୍ଧୁକ ଏବଂ କିଛି ଜୀବନ୍ତ ଗୁଳି ଜବତ କରିଛି। ଅଭିଯୁକ୍ତ ସୁସ୍ଥ ହେବା ପରେ ତାଙ୍କୁ ଅଧିକ ପଚରାଉଚରା କରାଯିବ ଏବଂ ଏହି ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ଅଛି କି ନାହିଁ, ସେ ନେଇ ତଦନ୍ତ ପ୍ରକ୍ରିୟା ଜାରି ରହିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।
ଏହି ଘଟଣାରେ ନୂଆ ମୋଡ଼ ଆସିଛି। ଚୋରି ଉଦ୍ଦେଶ୍ୟରେ ଅଭିଯୁକ୍ତ ଘରେ ପଶିଥିବା ଏବଂ ପରେ ଯୁବତୀଙ୍କୁ ଧମକ ଦେଇଥିବା ତଦନ୍ତରୁ ଜଣାପଡ଼ିଥିବା ପୁଲିସ କମିଶନର ସୂଚନା ଦେଇଛନ୍ତି। ତେବେ ଯୁବତୀଙ୍କ ସହ ଦୁଷ୍କର୍ମ ହୋଇଛି କି ନାହିଁ, ସେନେଇ ତଦନ୍ତ ଜାରି ରହିଛି।
ପୁଲିସ କମିଶନରଙ୍କ ସୂଚନା ଅନୁସାରେ, ଅଭିଯୁକ୍ତ ଏକ ପିସ୍ତଲ ସଦୃଶ ଲାଇଟର ଧରି ଘରେ ପ୍ରବେଶ କରିଥିଲା। ଘରେ କେହି ନଥିବା ଦେଖି ସେ ଏଭଳି କାଣ୍ଡ ଘଟାଇଥିବା ପୁଲିସ ନିକଟରେ ସ୍ୱୀକାର କରିଥିବା କୁହାଯାଇଛି। ଯୁବତୀ ଲାଇଟରଟିକୁ ପିସ୍ତଲ ବୋଲି ଭାବି ଭୟଭୀତ ହୋଇପଡ଼ିଥିଲେ।ଘଟଣା ପରେ ଅଭିଯୁକ୍ତ ପ୍ରଥମେ ନୟାପଲ୍ଲୀରୁ ବସ୍ ଯୋଗେ ସିଆରପି ଛକ ଯାଇଥିଲା। ସେଠାରୁ ଅଟୋ ଯୋଗେ ଭରତପୁର ଯାଇଥିବା ପୁଲିସ କହିଛି। ଭରତପୁରରେ ସେ ଏକ ନୂଆ ବାଇକ୍ ଚୋରି କରି ଫେରାର ହୋଇଯାଇଥିଲା।
