କେନ୍ଦ୍ରାପଡ଼ା, ୩୦/୦୯/୨୦୨୫(ଓଡ଼ିଶା ସମାଚାର)-ପ୍ରଦେଶ କଂଗ୍ରେସ କିଷାନ ସେଲର ରାଜ୍ୟ ସହ ସଂଯୋଜକ ତଥା ଜଗତସିଂହପୁର ଜିଲା ପ୍ରଭାରୀ ଭାବେ କେନ୍ଦ୍ରାପଡ଼ାର ଜଣାଶୁଣା ଯୁବ ଓ ଛାତ୍ରନେତା ରଜନୀକାନ୍ତ ସାମଲଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି ।
ଅଖିଳ ଭାରତ କିଷାନ କଂଗ୍ରେସର ଅଧ୍ୟକ୍ଷ ସୁଖପାଲ ସିଂ ଖଇରା ରଜନୀକାନ୍ତଙ୍କୁ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓରସକା ଗ୍ରାମର ଶ୍ରୀ ସାମଲ ଛାତ୍ରଜୀବନରୁ ଜଣେ ଛାତ୍ରନେତା ଭାବେ ସାଂଗଠନିକ କାର୍ଯ୍ୟ କରି ଆସିଛନ୍ତି । ଏହି ନିଯୁକ୍ତି ପାଇବା ପରେ ସେ ରାଜ୍ୟ କଂଗ୍ରେସ କିଷାନ ସେଲର ସଭାପତି ଅଭୟ ସାହୁ ଓ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କୁ କୃତଜ୍ଞତା ଜଣାଇଛନ୍ତି । ନିଯୁକ୍ତି ପରେ ଶ୍ରୀ ସାମଲଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଛି ।
