କମ୍ୟୁନିଷ୍ଟ ପାର୍ଟିର ଓଡ଼ିଶା ରାଜ୍ୟ ପରିଷଦ ବୈଠକ

ଜୁନାଗଡ,୦୭/୦୧/୨୦୨୪(ଓଡ଼ିଶା ସମାଚାର /ରାକେଶ ବେମାଲ)-ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଓଡ଼ିଶା ରାଜ୍ୟ ପରିଷଦ ବୈଠକ ଜୁନାଗଡ଼ ମୋନାର୍ଚ୍ଚ ପ୍ଲେସ ଠାରେ ଶ୍ରମିକ ନେତା ପ୍ରମୋଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଓଡିଶାର ଜନଗଣଙ୍କ ଜୀଵନ ଓ ଜୀବିକା ସୁରକ୍ଷା ପାଇଁ ଛାତ୍ର, ଯୁବ, ଶ୍ରମିକ, କୃଷକ, ମହିଳା, ଆଦିବାସୀ, ଦଳିତ, ସଂଖ୍ୟାଲଘୁ ଓ ବୁଦ୍ଧିଜୀବିଙ୍କ ଅଧିକାର ହାସଲ ସହ ରାଜ୍ୟର ସାମଗ୍ରିକ ବିକାଶ ପାଇଁ ସିପିଆଇ ର ନିଜସ୍ଵ ଶକ୍ତି ବୃଦ୍ଧି କରିବାକୁ ସଂକଳ୍ପ ନେଇଛି।   ରାଜ୍ୟରେ ବିଜେପି ଓ ବିଜେଡ଼ି କୁ ପରାଜିତ କରି ଏକ ଶକ୍ତିଶାଳୀ ବିକଳ୍ପ ସରକାର ଗଠନ ପାଇଁ  ଓଡିଶାରେ ୧୭ ବିଧାନସଭା ଆସନରେ ଓ ୩ ଲୋକସଭା ଆସନରେ ପାର୍ଟି ନିର୍ଵାଚନ ଲଢ଼ିବା ପାଇଁ ଚିହ୍ନଟ କରିଅଛି।  ଏହି ଵୈଠକରେ ପାର୍ଟିର ଜାତୀୟ ସମ୍ପାଦକ କଃ ରାମ କୃଷ୍ଣ ପଣ୍ଡା ଜାତୀୟ ରାଜନୈତିକ ଚିତ୍ରପଟ ଉପସ୍ଥାପନ କରି ଦେଶରେ ଧର୍ମନିରପେକ୍ଷତା ଓ ସଂସଦୀୟ ଗଣତନ୍ତ୍ର, ଶିକ୍ଷା, କର୍ମନିଯୁକ୍ତି ଜନଗଣଙ୍କ ରୋଜଗାର ଉପରେ ଆକ୍ରମଣ ସମ୍ପର୍କରେ ସୂଚନା ଦେଇ ଦେଶର ସ୍ଵାଧୀନତା, ସାର୍ବଭୌମତ୍ୱ, ଧର୍ମନିରପେକ୍ଷତା ର ସୁରକ୍ଷା ପାଇଁ  ଆଇ.ଏନ୍.ଡି.ଆଇ.ଏ. ଗଠନରେ ସିପିଆଇ ଯେଉଁ ଗୁରୁତ୍ଵପୂର୍ଣ୍ଣ ଭୂମିକା ନେଇଛି ଓ ଆଇ.ଏନ୍.ଡି.ଆଇ.ଏ. ର ବିଜୟର ସମ୍ଭାବନା ସମ୍ପର୍କରେ ସୂଚନା ଦେଇଥିଲେ।ଏହି ଵୈଠକରେ  ପୁର୍ବତନ ରାଜ୍ୟ ସମ୍ପାଦକ କମ୍ରେଡ଼ ଆଶିଷ କାନୁନଗୋ, ସମ୍ପାଦକ ମଣ୍ଡଳୀ ସଦସ୍ୟ କମ୍ରେଡ଼ ଅଶୋକ ଦାଶ, କମ୍ରେଡ଼ ପ୍ରଶାନ୍ତ ପାଟ୍ଟଯୋଷୀ, କମ୍ରେଡ଼ ଜୟନ୍ତ ଦାସ, କମ୍ରେଡ଼ ପ୍ରକାଶ ଚନ୍ଦ୍ର ପାତ୍ର, କମ୍ରେଡ଼ ଦାମୋଦର ବେହେରା   ପ୍ରମୁଖ ବିଭିନ୍ନ ପ୍ରସ୍ତାବ ଉପରେ ନିଜ ନିଜ ସୁଚିନ୍ତିତ ମତ ଦେଇଛନ୍ତି।

Leave a Reply

Your email address will not be published. Required fields are marked *