କଟକ ସଦର, ୩୦/୦୯/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଦଶହରା ଉପଲକ୍ଷେ କଟକ ସଦର ର ପ୍ରତ୍ୟେକ ପୂଜା ମଣ୍ଡପ ଗୁଡିକ ବୁଲି ନିଜ ନିଜର ସଂଗଠନ ମଜବୁତ କରିବା ସହିତ ସ୍ଥିତି ଜାହିର କରୁଥିବା ଜଣାପଡିଛି।

ଏଥିସହିତ ସଦରଵାସୀଙ୍କର ଶୁଭ ମନାସିଵା ସହିତ ଶାରଦୀୟ ଅଭିନନ୍ଦନ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।
ଏହି ପରିପ୍ରେକ୍ଷୀରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ,’ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ ସାମାଜିକ ସଂଗଠନ ର ସଭାପତି ସମାଜସେବୀ, ଶିକ୍ଷାବିତ ପ୍ରଫେସର ମନୋଜ ନାୟକ,’ଵିଷ୍ଣୁପ୍ରିୟା ସେବା ସମିତି’ ସାମାଜିକ ସଂଗଠନ ର ଅଧ୍ୟକ୍ଷା ତଥା କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ, କଟକ ସଦର ରୁ ପ୍ରତ୍ୟାକ୍ଷାତ ବିଜେପି ନେତା ଦିଲିପ ମଲ୍ଲିକ ପ୍ରମୁଖ ଆଜି ମଙ୍ଗଳବାର ମହାଷ୍ଟମୀ ଦିନ ବିଭିନ୍ନ ପୂଜା ମଣ୍ଡପ ଵୁଲିଥିଵା ଜଣାଯାଇଛି।
