ଦୁର୍ନୀତି ଭ୍ରଷ୍ଟାଚାର ବିରୁଧରେ ବରୀ ବ୍ଲକ୍ ଘେରିଲେ ବରୀ ବିଜେପି 

ଯାଜପୁର, ୨୩/୧୧/୨୦୨୩ (ଓଡ଼ିଶା ସମାଚାର /ସୁରେଶ କୁମାର କର )- ଦୁର୍ନୀତି,ଭ୍ରଷ୍ଟାଚାର ବିରୁଧରେ ଆଜି ବରୀ ବିଜେପି ବ୍ଲକ ଘେରାଉ କରିଛି ।ଏହି ଘେରାଉ ବରୀ ବିଜେପି ନେତା ଉମେଶ ଜେନାଙ୍କ ନେତୃତ୍ୱରେ କରାଯାଇଥିଲା ।ପ୍ରଥମେ ରାମଚନ୍ଦ୍ରପୁର ଶିବ ମନ୍ଦିର ନିକଟରୁ ଏକ ବିଶାଳ ପଦଯାତ୍ରାରେ ଆସି ବରୀ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସରକାରଙ୍କ ବିରୁଧରେ ନାରା ଦିଆଯାଇଥିଲା । ପରେ ବ୍ଲକ ସମ୍ମୁଖରେ ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା ।ଏହି ପ୍ରତିବାଦ ସଭାରେ ବରୀ ବ୍ଲକରେ ଦୀର୍ଘଦିନ ଧରି ସାଧାରଣ ଲୋକ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି ଓ ବରୀ ବ୍ଲକ କାର୍ଯ୍ୟାଳୟ ଏବେ ବ୍ଲାକ କାର୍ଯ୍ୟାଳୟରେ ପରିଣତ ହୋଇଥିବା ବିଜେପି ଅଭିଯୋଗ କରିଛି ।ଖାଲି ସେତିକି ନୁହେଁ ବରୀର ବିଜେପି ନେତା ଉମେଶ ଜେନା କାହାରି ନାଁ ନନେଇଥିଲେ ମଧ୍ୟ ପରୋକ୍ଷରେ ବରୀ ବିଜେଡିକୁ ତେରଛା ବାଣ ମାରିଛନ୍ତି । ବରୀରେ ବିଜେଡି ସରକାର ଦୀର୍ଘ ୨୩ବର୍ଷ ଧରି ଶାସନରେ ରହିଥିବାବେଳେ କାହିଁକି ବରୀ ର ବିକାଶ ହୋଇପାରୁନାହିଁ ।କେବଳ ବିଜେଡିର ଦୁଇଟି ଗୋଷ୍ଠୀ ରହିବା କଥା କହି ବରୀର ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ।ବାସ୍ତବରେ ଏହା ଦୁଇଟି ଗୋଷ୍ଠୀ ନୁହେଁ ବରଂ ଗୋଟିଏ ଗୋଷ୍ଠୀ ହୋଇ ପିସି ଗୋଟାଇବାରେ ବେସ୍ତ ରହୁଛନ୍ତି ଓ ଏଥିରେ ବରୀ ବ୍ଲକ ପ୍ରଶାସନ ପୂର୍ଣ୍ଣ ସହଯୋଗ କରି ଭାଗବଣ୍ଟା କରି ବରୀକୁ ଲୁଟୁଛନ୍ତି ବୋଲି ଉମେଶ ଅଭିଯୋଗ କରିଛନ୍ତି । ଏବଂ ଆଗାମୀ ଦିନରେ ଯଦି ବ୍ଲକ ପ୍ରଶାସନ ଏଥିପ୍ରତି ସଜାଗ ନହୁଏ ତେବେ ଏହି ପ୍ରତିବାଦକୁ ଆହୁରି ତୀବ୍ରତର କରାଯିବ ବୋଲି ଶ୍ରୀ ଜେନା ଚେତାବନୀ ଦେଇଛନ୍ତି । ତେବେ ଉମେଶଙ୍କ ଏହି ମନ୍ତବ୍ୟ ବରୀ ରାଜନୀତିରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।ସେପଟେ ଉମେଶଙ୍କ ଏହି ନେତୃତ୍ୱ  ଆଗାମୀ ନିର୍ବାଚନରେ ବରୀ ବିଜେଡି ପାଇଁ ସଙ୍କଟ ହେବ ନା ବିଜେପିକୁ  ନିରାଶ କରିବ ତାହାକୁ ନେଇ ଅଙ୍କ କସା ଆରମ୍ଭ ହୋଇଯାଇଛି ।ପରି ଶେଷରେ ବରୀ ବିଡ଼ିଓଙ୍କୁ ଏକ ଦାବିପତ୍ର ମଧ୍ୟ ବରୀ ବିଜେପି ତରଫରୁ ପ୍ରଦାନ କରାଯାଇଛି । ପ୍ରତିବାଵ ସଭାରେ ଉମେଶ ଜେନାଙ୍କ ସମେତ ବିଜେପି ଜିଲ୍ଲା ସଭାପତି ଗୌତମ ରାୟ,ଆଶୁତୋଷ ପରିଡା,ଜଗନ୍ନାଥ ପ୍ରସାଦ ପରିଡା,ରବୀନ୍ଦ୍ର ଯେନା,ରବୀ ନାରାୟଣ ବେହେରା,ସଂଗ୍ରାମ ସାହୁ,ନିର୍ମଳ ସାମଲ,କୈଳାସ ବେହେରା, ସୌଭାଗ୍ୟ ଦାସ,ପ୍ରାକ୍ତନ ସରପଞ୍ଚ ଅଶୋକ କୁମାର ଜେନା, ମନୋସ୍ମିତା ପରିଡା ଅଶୋକ କୁମାର ବେହେରାଙ୍କ ସମେତ ବହୁ ସଂଖ୍ୟାରେ ଦଳୀୟ କର୍ମୀ ମାନେ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *