ଚାରଣ ଗୋଷ୍ଠୀ ସଂଗଠକ ସହଦେବ ସାମଲଙ୍କ ପରଲୋକ

କେନ୍ଦ୍ରାପଡ଼ା,୨୯/୦୯/୨୦୨୫(ଓଡ଼ିଶା ସମାଚାର)-ଅସୁରେଶ୍ୱର ଅଂଚଳର ଜଗନ୍ନାଥ ସଂସ୍କୃତି ପ୍ରଚାରକ ତଥା ଚାରଣ ଗୋଷ୍ଠୀ ସଂଗଠକ କଟକ ଜିଲା ମାହାଙ୍ଗା ବ୍ଲକ ଗୋପାଳପୁର ପଂଚାୟତ ଅନ୍ତର୍ଗତ ବନ୍ତଳା ଗ୍ରାମର ସହଦେବ ସାମଲ(ଟିକିଲାଭାଇ)ଙ୍କ ଶନିିବାର ଭୋର ୪ଟା ୧୨ମିନିଟ୍ରେ ପରଲୋକ ହୋଇଯାଇଛି । ସ୍ଥାନୀୟ ଅଂଚଳରେ ସେ ଜଣେ ବିଶିଷ୍ଟ ବ୍ୟବସାୟୀ ରୂପେ ପରିଚିତ ଥିଲେ । ମୃତୁ୍ୟ ବେଳକୁ ତାଙ୍କୁ ୭୦ବର୍ଷ ବୟସ ହୋଇଥିଲା । ସେ ଜଣେ ଧର୍ମପରାୟଣ, ମିଷ୍ଟଭାଷି ଓ ପରୋପକାରୀ ବ୍ୟକ୍ତି ଭାବରେ ସାଧାରଣରେ ପରିଚିତ ଥିଲେ । ଜଗନ୍ନାଥ ସଂସ୍କୃତିର ବ୍ୟାପକ ପ୍ରଚାର ପ୍ରସାର କାର୍ଯ୍ୟ କରୁଥିବା ଚାରଣ ଗୋଷ୍ଠୀ ସଂଗଠନର ସେ ପ୍ରମୁଖ ସଂଗଠକ ଥିଲେ ।

ଗତ କିଛି ମାସ ହେବ ସେ ଅସୁସ୍ଥ ଥିଲେ । ତାଙ୍କ ମୃତୁ୍ୟ ଶଯ୍ୟା ନିକଟରେ ଧର୍ମପତ୍ନୀ ଜୟନ୍ତୀ, ବଡଭାଇ ନିରଞ୍ଜନ, ସାନଭାଇ କପିଳେନ୍ଦ୍ର ଓ ପତିତପାବନ, ଦୁଇ ପୁତ୍ର ପବିତ୍ର ଓ ସୁବ୍ରତ, ବୋହୁ ଲିପ୍ସିତା ଓ ନନ୍ଦିତା, ନାତି ବୃହନ ଓ ନାତୁଣୀ ମଲ୍ଭିନା ଓ ତନିଷ୍କାଙ୍କ ସମେତ ପରିବାର ଓ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ । ସ୍ୱର୍ଗତ ସାମଲ ହେଉଛନ୍ତି ‘ସମ୍ବାଦ’ର କେନ୍ଦ୍ରାପଡ଼ା ଜିଲା ପ୍ରତିନିଧି ସୁବ୍ରତ କୁମାର ସାମଲଙ୍କ ପିତା ।

ତାଙ୍କ ପରଲୋକ ଖବର ପାଇ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ବିଜେଡି ଯୁବନେତା ରାଜେଶ କୁମାର ପଣ୍ଡା, ପ୍ରାକ୍ତନ ପୌର ସଦସ୍ୟ ହିରଣ୍ୟ କୁମାର ପଣ୍ଡା, ସମ୍ବିତ ଶ୍ରୀଚନ୍ଦନ, ସ୍ୱର୍ଗତ ସାମଲଙ୍କ ଶଳା ଦିଗମ୍ବର ସ୍ୱାଇଁ, ବାନାମ୍ବର ସ୍ୱାଇଁ, ପିତାମ୍ବର ସ୍ୱାଇଁ, ବୀରବର ସ୍ୱାଇଁ, ସମୁଦି ଅଜୟ ପ୍ରଧାନ, ନାରାୟଣ ପ୍ରଧାନ, ମନୋଜ ପ୍ରଧାନ, ଉମେଶ ଦାସ, ସମାଜସେବୀ ପ୍ରଦୀପ କୁମାର ମହାନ୍ତି, ଯୁବ ବିଜେଡି ନେତା ରାଜେଶ ଦାସ, ବରିଷ୍ଠ ବିଜେପି ନେତା ଭୁବନମୋହନ ଜେନା, ସକାଳର ପ୍ରତିନିଧି ଦେବଦତ ଦାଶ, ବରିଷ୍ଠ ସାମ୍ବାଦିକ ଚତିରଞ୍ଜନ ଦାସ, ଫଟୋଗ୍ରାଫର ପ୍ରଦୀପ ସାହୁ, ସନ୍ତୋଷ ପଣ୍ଡା, ସୁଶାନ୍ତ ନାୟକ, ମୁକ୍ତେଶ୍ୱର ସ୍ୱାଇଁ, ସମାଜସେବୀ ସରୋଜ ଦାସ, ଟିନା ଭୂୟାଁ, ବିଜେପି ନେତା ପ୍ରତାପ ଦାସ, ଆଳୟ ସାମନ୍ତରାୟ, ସୂଚନା ଅଧିକାର କର୍ମୀ ପ୍ରତାପ ମହାନ୍ତିଙ୍କ ସମେତ ବହୁ ବିଶିଷ୍ଟବ୍ୟକ୍ତି ତାଙ୍କ ବନ୍ତଳାସ୍ଥିତ ବାସଭବନରେ ପହଂଚି ଶେଷଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

ତାଙ୍କ ପରଲୋକରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଧେଶକ ସୈାମ୍ୟରଞ୍ଜନ ପଟ୍ଟନାୟକ, ସମ୍ବାଦ ସମ୍ପାଦକ ତନୟା ପଟ୍ଟନାୟକ, ଚିଫ ଅପରେଟିଙ୍ଗ ଅଫିସର କମଳାକାନ୍ତ ମହାପାତ୍ର, ବାର୍ତା ସମ୍ପାଦକ ଭବାନୀ ଶଙ୍କର ତ୍ରପାଠୀ, କଟକ ସଂସ୍କରଣ ମୁଖ୍ୟ ତଥା ଡିଜିଏମ କୃଷ୍ଣପ୍ରସାଦ ଦାସ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି । ସ୍ୱର୍ଗତ ସାମଲଙ୍କ ଶେଷକୃତ୍ୟ ପୁରୀ ସ୍ୱର୍ଗଦ୍ୱାରରେ ସମ୍ପନ୍ନ ହୋଇଥିବା ବେଳେ ଜ୍ୟେଷ୍ଠପୁତ୍ର ପବିତ୍ରମୋହନ ମୁଖାଗ୍ନି ଦେଇଥିଲେ ।

Leave a Reply

Your email address will not be published. Required fields are marked *