ବାତ୍ୟା ଆଶ୍ରିତ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇଲେ ସୁଜନପୁର ସରପଞ୍ଚ ।

ଯାଜପୁର,୨୫/୧୦/୨୦୨୪ (ଓଡ଼ିଶା ସମାଚାର/ ସୁରେଶ କୁମାର କର )-ଦାନା ଆସିବା ପୂର୍ବରୁ ଯେପରି ନିଜ ପଞ୍ଚାୟତ ଲୋକଙ୍କ ପାଇଁ  ଯତ୍ନବାନ ଥିଲେ, ଦାନା ଯିବା ପରେ ମଧ୍ୟ ସେହି ମାନବିକତା କୁ ଭୁଲି ଗଲେ ନାହିଁ ସୁଜନପୁର ସରପଞ୍ଚ ଶ୍ରୀମତୀ ଵିଷ୍ନୁପ୍ରିୟା ମହାକୁଡ଼,ପଞ୍ଚାୟତ ସମିତି ସଭ୍ୟ ନାରାୟଣ ଜେନା ଓ ଟିମ । ବୁଧବାର ନିଜ ପଞ୍ଚାୟତ ଓ ବାହାର ବ୍ଲକ ର ବାରବୁଲା ଙ୍କୁ ସୁଜନପୁର କଲେଜ ବାତ୍ୟା ଆଶ୍ରୟ ରେ ଆଣି ରଖିଥିଲେ । ସକାଳ, ଦିନରେ, ରାତିରେ ଖାଦ୍ୟ ପ୍ରସ୍ତୁତ କରି ସମସ୍ତଙ୍କୁ ନିଜ ପରିବାର ର ସଦସ୍ୟ ମନେ କରି ଖାଦ୍ୟ ପ୍ରଦାନ କରିଥିଲେ ଓ ଆଜି ମଧ୍ୟ ଏହି କାର୍ଯ୍ୟ ଜାରି ରଖିଛନ୍ତି । ଏପରିକି ସମସ୍ତଙ୍କ  ସ୍ୱାସ୍ଥ୍ୟ କଥା ବୁଝିବା ଲାଗି ସୁଜନପୁର ମେଡିକାଲ ଚିକିତ୍ସଧିକାରୀ ଡାକ୍ତର ଶ୍ଵେତା ସୂତାର ଙ୍କ ସହଯୋଗ ରେ ଶୁକ୍ରବାର  ଏକ ଆସ୍ଥାୟୀ ଶିବିର ମାଧ୍ୟମରେ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କାରାଇବା ସହ ଔଷଧ ପ୍ରଦାନ କରାଇଛନ୍ତି ସୁଜନପୁର ସରପଞ୍ଚ ଶ୍ରୀମତୀ ମହାକୁଡ଼ ।

ଏହି କାର୍ଯ୍ୟରେ ପଞ୍ଚାୟତ ର ସମସ୍ତ ୱାର୍ଡ ସଭ୍ୟ, ନାଏବ ସରପଞ୍ଚ ମାନେ ତାଙ୍କୁ ସାହାଯ୍ୟ କରିଥିବା ଶ୍ରୀମତୀ ମହାକୁଡ଼ କହୁଛନ୍ତି । ଏଥିପାଇଁ ସମସ୍ତ ଙ୍କୁ ଧନ୍ୟବାଦ ଦେଇଛନ୍ତି ସେ । ଲୋକମାନେ ନିଜ ଘରକୁ ପ୍ରତ୍ୟାବର୍ତନ କରିବା ପରେ ପଞ୍ଚାୟତ ପକ୍ଷରୁ କଲେଜକୁ ସଫେଇ କରାଯିବ ବୋଲି ସରପଞ୍ଚ ପ୍ରତିନିଧି ଗଣେଶ୍ୱର ମହାକୁଡ଼ ସୂଚନା ଦେଇଛନ୍ତି ।

ସ୍ଵଛତା କୁ ଗୁରୁତ୍ୱ ଦେଇଆସୁଥିବା ଏହି ପଂଚାୟତ ସମଗ୍ର ରାଜ୍ୟରେ ଶ୍ରେଷ୍ଠ ପଂଚାୟତ ଭାବେ ପୁରସ୍କୃତ ପାଇ ଜିଲ୍ଲାରେ  ବେଶ ନାñ  କରିଥିବା ସରପଞ୍ଚ ଙ୍କ ଏତାଦୃଶ କାର୍ଯ୍ୟ  ବେଶ ଆଦୃତ ହୋଇପାରିଛି ।

Leave a Reply

Your email address will not be published. Required fields are marked *