ସମସ୍ତ ଜିଲାପାଳଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗର ଚିଠି
ଭୁବନେଶ୍ୱର,୨୯/୦୯/୨୦୨୫ (ଓଡ଼ିଶା ସମାଚାର)- ସେତୁ ସ୍ଥାନ ନିକଟରେ ବାଲି ଖନନ ନିଷେଧ । ସମସ୍ତ ଜିଲାପାଳଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଚିଠି ହୋଇଛି । ସେତୁ ସ୍ଥାନ ନିକଟବର୍ତୀ ଅଂଚଳରେ ବାଲି ଖନନ ଯୋଗୁଁ ନିର୍ମାଣଗତ ଅସୁବିଧା ସୃଷ୍ଟି ହୋଇଛି ଏବଂ କିଛି ଗୁରୁତର କ୍ଷେତ୍ରରେ ସେତୁ ଭୁଶୁଡି ପଡୁଥିବା ଚିଠିରେ ଉଲ୍ଲେଖ ରହିଛି । ନଦୀ ପ୍ରସ୍ଥର ଅତି କମରେ ୬ ଗୁଣ ଲମ୍ବ କିମ୍ବା ସର୍ବନିମ୍ନ ୩୦୦ ମିଟର ପର୍ଯ୍ୟନ୍ତ ବାଲି ଖନନ, ଯାହା ଅଧିକ, ଅନୁମତି ଦିଆଯିବା ଉଚିତ୍ ନୁହେଁ । ଏହି ଅଂଚଳକୁ ନିଷିଦ୍ଧ ଅଂଚଳ ଭାବରେ ଘୋଷଣା କରାଯିବା ଉଚିତ ।
ରେଳ ବିଭାଗର ଲିଖିତ ଅନୁମତି ଅନୁଯାୟୀ ଏବଂ ଜାତୀୟ ରାଜପଥ, ରାଜ୍ୟ ରାଜପଥ କିମ୍ବା କୌଣସି ଜଳଭଣ୍ଡାର କ୍ଷେତ୍ରରେ, ଜିଲାପାଳଙ୍କ ପୂର୍ବ ଅନୁମତି ଅନୁଯାୟୀ ବ୍ୟତୀତ ଯେକୌଣସି ସ୍ଥାନରେ କୌଣସି ପ୍ରୋସ୍ପେକ୍ଟିଂ କାର୍ଯ୍ୟ କରିବେ ନାହିଁ କିମ୍ବା କରିବାକୁ ଅନୁମତି ଦେବେ ନାହିଁ । ଜିଲାପାଳଙ୍କ ପୂର୍ବ ଅନୁମତି ଅନୁଯାୟୀ ବ୍ୟତୀତ ଯେକୌଣସି ଟାଙ୍କି, କେନାଲ, ରାସ୍ତା (ଜାତୀୟ କିମ୍ବା ରାଜ୍ୟ ରାଜଥ କିମ୍ବା ଅନ୍ୟାନ୍ୟ ସାର୍ବଜନୀନ କୋଠା କିମ୍ବା ବାସସ୍ଥାନ ବ୍ୟତୀତ ଠାରୁ ଚାଶ ମିଟର ସେତୁ ଭିତିଭୂମିକୁ ସୁରକ୍ଷିତ ରଖିବା ଏବଂ ସମ୍ଭାବ୍ୟ ଢାଂଚାଗତ କ୍ଷତିକୁ ରୋକିବା ପାଇଁ ଉପରେ ବର୍ଣ୍ଣିତ ଉପର ଏବଂ ତଳ ପାର୍ଶ୍ୱରେ ସେତୁ ସ୍ଥାନଗୁଡ଼ିକର ନିକଟତର ବାଲି ଖଣି ରୋକିବା ପାଇଁ ଆବଶ୍ୟକୀୟ ପଦକ୍ଷେ ନେବାକୁ ନିର୍ଦେଶ ଦିଆଯାଇଛି ।
