ମହିଳା ସୁରକ୍ଷା ଆଇନ -୨୦୦୫ ଜିଲାସ୍ତରୀୟ ତାଲିମ କାର୍ଯ୍ୟକ୍ରମ

କଟକ,୨୫/୦୯/୨୦୨୫(ଓଡ଼ିଶା ସମାଚାର)- ଘରୋଇ ହିଂସାରୁ ମହିଳାମାନଙ୍କ ସୁରକ୍ଷା ନିମନ୍ତେ ପ୍ରଣୟନ ଆଇନ ୨୦୦୫ ସଂପର୍କରେ ଜିଲାସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଜିଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲା ପ୍ରଶାସନ ପକ୍ଷରୁ ଜିଲା ସମାଜ ମଂଗଳ କାର୍ଯ୍ୟାଳୟ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ସମାଜରେ ନାରୀମାନଙ୍କର ସୁରକ୍ଷିତ ଓ ନିରାପଦ ଜୀବନଯାପନ ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି ।

ବିଭିନ୍ନ ସାମଜିକ ଅନୁଷ୍ଠାନ ମାନଙ୍କ ସହାୟତାରେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ କର୍ମଶାଳା ଓ ପ୍ରଶିକ୍ଷଣ ଆୟୋଜନ କରାଯାଉଛି । ନାରୀମାନଙ୍କ ଉପରେ ହେଉଥିବା ଘରୋଇ ହିଂସା ଅନ୍ୟାୟ ଅତ୍ୟାଚାରକୁ ବନ୍ଦ କରିବା ପାଇଁ ମହିଳା ସୁରକ୍ଷା ଆଇନର ପ୍ରଚଳନ କରାଯାଉଛି । ପୋଲିସ ଏବଂ ଅବକାରୀ ବିଭାଗ ବିଶେଷ ଭାବେ ତତ୍ପରତାର ସହ ମହିଳାଙ୍କ ସୁରକ୍ଷା ନିମନ୍ତେ ଆଇନ ପ୍ରଚଳନ ପାଇଁ ପ୍ରତିବଦ୍ଧତା ଅବଲମ୍ବନ କରିବା ଏବଂ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ସଂପର୍କରେ ସଂଶୋଧନ ବିଶେଷଜ୍ଞମାନେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।

ଏହି ତାଲିମ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ଡ ଇସ୍ପିତା ପି୍ରୟଦର୍ଶିନୀ ମିଶ୍ର ଅଧ୍ୟକ୍ଷତା କରିଥିଲେ । ସାମାଜିକ ବିକାଶ ଅନୁଷ୍ଠାନ (ଆଇଏସଡ଼ି) ନିର୍ଦ୍ଧେଶିକା ଶୁଭଶ୍ରୀ ଦାସ, ଉପଆରକ୍ଷୀ ଅଧିକ୍ଷକ ସହରାଂଚଳ ସସ୍ମିତା ବାରିକ, ସଂଶୋଧନ ବିଶେଷଜ୍ଞ ଭାବେ ତାଲିମ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *