କଟକ,୨୫/୦୯/୨୦୨୫(ଓଡ଼ିଶା ସମାଚାର)- ରାଜ୍ୟ ସରକାର ମଦ ଦୋକାନ ଖୋଲିବା ନିଷ୍ପତିି ତୁରନ୍ତ ପ୍ରତ୍ୟାହାର, ମଦକୁ ସଂପୂର୍ଣ୍ଣ ନିଷିଧ କରିବା ଓ ଓଡ଼ିଶାକୁ ସଂପୂର୍ଣ୍ଣ ନିଶାମୁକ୍ତ କରିବା ଦାବିରେ ଏସୟୁସିଆଇ କଟକ ଜିଲା କମିଟି ପକ୍ଷରୁ ଜିଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
କାର୍ଯ୍ୟକ୍ରମ ରେ ଖଗେଶ୍ୱର ସେଠୀ, ରାଜକିଶୋର ମଲିକ, ବବି ବଳବନ୍ତରାୟ, ମାଳବିକା ସାମଲ, ଦୀପକ ଦାସ, ଭାଗ୍ୟରବି ଦାସ, ତରୁଣସେନ ନାୟକ, ସୌଭାଗ୍ୟ ସାମଲ, ଅକ୍ଷୟ ରାଉଳ, ଜ୍ୟୋସ୍ନାରାଣୀ ଦାସ,ଭାଗ୍ୟଶ୍ରୀ ପ୍ରଧାନ ଓ ସୁଜାତା ମହାପାତ୍ର ପ୍ରମୁଖ ସାମିଲ ହୋଇଥିଲେ । ସୂଚନାଯୋଗ୍ୟ ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ଦଳ କ୍ଷମତାକୁ ଆସିଲେ ରାଜ୍ୟକୁ ସଂପୂର୍ଣ୍ଣ ନିଶାମୁକ୍ତ କରିବେ ବୋଲି ଘୋଷଣା କରିଥିଲେ ।
ମାତ୍ର ସଂପ୍ରତି ବନ୍ଦ୍ ଥିବା ୭୦ଟି ମଦ ଦୋକାନ ଖୋଲିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ଅନୁମତି ଦିଆଯାଇଛି । ଏହା ସହ ୪ଟି ନୂଆ ଠିପିି ଖୋଲା ଓ ୩ଟି ମଦ କାରଖାନା ଖୋଲିବା ପାଇଁ ବିଭାଗ ପାଖରେ ପ୍ରସ୍ତାବ ରହିଥିବା ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ରାଜ୍ୟର ୭୦ଟି ମଦ ଦୋକାନ, ୩ଟି ମଦଫ୍ୟାକ୍ଟ୍ରି ଓ ୪ଟି ଡିପୋ ଖୋଲିବା ନିଷ୍ପତି ତୁରନ୍ତ ପ୍ରତ୍ୟାହାର କରିବା ତଥା ଓଡ଼ିଶାକୁ ସଂପୂର୍ଣ୍ଣ ନିଶାମୁକ୍ତ କରିବା ପାଇଁ ଆନ୍ଦୋଳନ ଗଢ଼ି ତୋଳିବା ପାଇଁ ସଂଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଛି ।
