ଭୁବନେଶ୍ୱର,୨୫/୦୯/୨୦୨୫ (ଓଡ଼ିଶା ସମାଚାର)- ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର ଏବଂ ଗୁଜରାଟର ଏକାଧିକ ପ୍ରମୁଖ ଜିଲାକୁ ସଂଯୋଗ କରୁଥିବା ବ୍ରହ୍ମପୁର ଏବଂ ସୁରଟ (ଉଧନା) ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସର ସେବା ଘୋଷଣା କରି ଭାରତୀୟ ରେଳବାଇ ଖୁସି ଅନୁଭବ କରୁଛି । ଏହି ନୂତନ ଟ୍ରେନ୍ ସେବା ଖଣିଜ, ବୟନଶିଳ୍ପ ଏବଂ ବାଣିଜ୍ୟ କେନ୍ଦ୍ରଗୁଡ଼ିକୁ ସଂଯୋଗ କରି, ବ୍ୟବସାୟ ଏବଂ ଶ୍ରମଶକ୍ତିର ଗତିବିଧିକୁ ସମର୍ଥନ କରି ଆର୍ଥିକ ଏବଂ ଶିଳ୍ପ ଗତିଶୀଳତାକୁ ବୃଦ୍ଧି କରିବ ।
ଉଦଘାଟନୀ ଟ୍ରେନ ବ୍ରହ୍ମପୁର ରେଳ ଷ୍ଟେସନରୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଝାରସୁଗୁଡ଼ାରୁ ସେପ୍ଟେମ୍ବର ୨୭ (ଶନିବାର, ଅସ୍ଥାୟୀ ଭାବରେ ୧୨:୦୦ ଘଂଟା) ରେ ପତାକା ଦେଖାଇ ଶୁଭାରମ୍ଭ କରିବେ । ଏହି ଟ୍ରେନ୍ ବିଜୟନଗରମ୍-ରାୟଗଡା-ଟିଟିଲାଗଡ଼ ରାୟପୁର-ନାଗପୁର-ଭୁସାୱାଲ ଦେଇ ପ୍ରମୁଖ ସହର ଏବଂ ନଗର ଗୁଡିକୁ ସଂଯୋଗ କରିବ । ଅମୃତ ଭାରତ ଟ୍ରେନ୍ ସେବା ଆଧୁନିକ ଏଲଏଚବି କୋଚ୍, ଉନ୍ନତ ଆସନ ବ୍ୟବସ୍ଥା ଏବଂ ଆଧୁନିକ ଅନବୋର୍ଡ ସୁବିଧା ମାଧ୍ୟମରେ ଯାତ୍ରୀଙ୍କ ଯାତ୍ରା ଅଭିଜ୍ଞତାକୁ ବୃଦ୍ଧି କରିବ ।
ଏହା ବ୍ୟତୀତ, ଏହି ଟ୍ରେନ୍ ଯାତ୍ରା ସମୟ ହ୍ରାସ କରି ଏବଂ ଏକାଧିକ ଟ୍ରେନ୍ ବଦଳାଇବାର ଆବଶ୍ୟକତାକୁ ଦୂର କରି ଯାତ୍ରୀମାନଙ୍କ ପାଇଁ ଯାତ୍ରା ସୁବିଧାକୁ ବୃଦ୍ଧି କରିବ । ଟ୍ରେନ୍ ନଂ. ୦୯୦୨୨ ବ୍ରହ୍ମପୁର – ସୁରଟ (ଉଧନା) ଅମୃତ ଭାରତ ଏକ୍ସପ୍ରେସ ଶନିବାର ଦିନ ୧୨:୦୦ ସମୟରେ ବ୍ରହ୍ମପୁରରୁ ପ୍ରସ୍ଥାନ କରିବ ଏବଂ ପରଦିନ ଅର୍ଥାତ ରବିବାର ରାତି ୨୧:୦୦ ସମୟରେ ଉଧନାରେ ପହଂଚିବ । ଏହି ଟ୍ରେନ୍ ପଲାସା, ବିଜୟନଗରମ୍, ରାୟଗଡା, ଟିଟିଲାଗଡ଼, ରାୟପୁର, ନାଗପୁର, ଭୁସାୱାଲ ଏବଂ ନନ୍ଦୁରବାର ସମେତ ପ୍ରମୁଖ ଷ୍ଟେସନରେ ରହଣି କରିବ ।
