୧୩ରେ ରାଷ୍ଟ୍ରୀୟ ଲୋକ ଅଦାଲତ

କଟକ,୨୨/୦୮/୨୦୨୫(ଓଡ଼ିଶା ସମାଚାର)- କଟକ ଜିଲା ଆଇନ୍ ସେବା ପ୍ରାଧିକରଣ ଓ ସମସ୍ତ ତାଲୁକ୍ ଆଇନ ସେବା କମିଟି ପରିସରରେ ଆସନ୍ତା ସେପ୍ଟେମ୍ବର ୧୩ତାରିଖ ଶନିବାର ପୂର୍ବାହ୍ଣ ୧୦ଘଟିକା ସମୟରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ ।

ଏହି ଲୋକ ଅଦାଲତରେ ସମସ୍ତ ପ୍ରକାର ପ୍ରାକ୍ ତଥା ବିଚାରଧୀନ ମୋକଦ୍ଧମା ଯଥା ମୋଟରଯାନ ଜନିତ ଦୁର୍ଘଟଣା, ଶ୍ରମ ବିବାଦ, ଜମି ଅଧିଗ୍ରହଣ, କ୍ଷତି ପୂରଣ, ପାରିବାରିକ, ଚେକ୍ ବାଉନ୍ସ, ଦେୱାନୀ ଓ ଫୌଜଦାରୀ ମାମଲାର ଆପୋଷ ସହମତିରେ ସମାଧାନ କରାଯାଇପାରିବ । ଲୋକ ଅଦାଲତରେ ମୋକଦ୍ଧମା, ବିବାଦର ସମାଧାନ ପାଇଁ କୌଣସି ଆର୍ଥôକ ଖର୍ଚ୍ଚ ପଡ଼େ ନାହିଁ ଏବଂ ଲୋକ ଅଦାଲତର ରାୟ ବୈଧ, ଚୂଡ଼ାନ୍ତ ଓ ଫଳପ୍ରଦ ।

Leave a Reply

Your email address will not be published. Required fields are marked *