କଟକ ସଦର,୧୧/୦୪/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଇଦ୍-ଉଲ-ଫିତର ପବିତ୍ର ରମଜାନ ମାସ ସମାପ୍ତିର ପ୍ରତୀକ ଭାବେ ପାଳନ ପୂର୍ବରୁ ମୁସଲିମ ଭାଇମାନେ ଚନ୍ଦ୍ର ଦର୍ଶନ କରନ୍ତି।”ଚାନ୍ଦ” ଅର୍ଥ ଚନ୍ଦ୍ର ଏଵଂ “ରାତ” ଅର୍ଥ ରାତି। ଏଥିପାଇଁ ମାସକ ଜାକର ରମଜାନ ବା ରୋଜା ପରେ ପୂର୍ବ ରାତିରେ ଚନ୍ଦ୍ର ଦର୍ଶନ କରି ଆଜି ଗୁରୁବାର ଦିନ କଟକ ସଦର ଅନ୍ତର୍ଗତ ରାଉତ୍ରାପୁର, ପରମହଂସ,ଦେଓପୁର,
ଦାମୋଦରପୁର, ସୋମପୁର, ଥୋରିଆପଡା, ସାମନ୍ତରାପୁର,ଵାଲିସୁକ୍ରି, ପ୍ରହରାଜପୁର, ଗଡମା, ନେମାଳ , ମହମ୍ମଦପୁର ପ୍ରଭୃତି ଅଞ୍ଚଳରେ ଏହି ପବିତ୍ର ଭାଇଚାରା, ଖାଇବା ଖୁଆଇବା, ଶାନ୍ତି ଓ ସଦଭାବନା ର ଇଦ୍ ପର୍ବ ମହାସମାରୋହରେ ପାଳନ କରାଯାଇଛି। ଏଥିପାଇଁ ସମସ୍ତ ମାନବ ସମାଜର ସୁଖ ସମୃଦ୍ଧି ପାଇଁ ସମସ୍ତ ମୁସଲିମ ବସ୍ତିରେ ଥିବା ମସଜିଦ ମାନଙ୍କ ରେ ସମୁହ ନମାଜ ପାଠ କରାଯାଇଥିଲା ।
କଟକ ସଦର ଅଞ୍ଚଳରେ ଶାନ୍ତି ଓ ସଦଭାବନା ର ପର୍ବ ଇଦୁଲ ଫିଚର ମହାସମାରୋହରେ ପାଳିତ
