ଗରଦପୁର, ୨୦/୦୯/୨୦୨୫ (ଓଡ଼ିଶା ସମାଚାର)- ପ୍ରଖର ସ୍ମୃତିଶକ୍ତି ପାଇଁ ଆଜି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ତେଣ୍ଡାକୁଡ଼ା ପଞ୍ଚାୟତ ଅନ୍ତର୍ଗତ ରାହାଁଳ ଗ୍ରାମର ହିମାଂଶୁ ଶେଖର ବିଶ୍ଵାଳ ଏବଂ ସୁମିତ୍ରା ବିଶ୍ଵାଳଙ୍କ ୨ ବର୍ଷ ୮ ମାସର ବାଳକ ରିୟାଂଶ ବିଶ୍ଵାଳ ।

କଥା କହିବାର ସ୍ପଷ୍ଟତା ନଥିବା ରିୟାଂଶ ଶରୀରର ୨୧ଟି ଅଂଶ, ୧୨ଟି ଆକୃତି, ୩୪ଟି ପ୍ରାଣୀ, ୯ଟି ପକ୍ଷୀ, ୧୦ଟି ଫୁଲ, ୧୨ଟି ଯାନ, ୧୨ଟି ଫଳ, ୧୪ଟି ପନିପରିବା, ୧୦ଟି ରଙ୍ଗ, ୧୨ଟି କ୍ରୀଡା ଏବଂ ୯ ଟି ବାଦ୍ୟଯନ୍ତ୍ର ଚିହ୍ନଟ ସହିତ ଇଂରାଜୀ ବର୍ଣ୍ଣମାଳା ଅକ୍ଷର, ସପ୍ତାହର ଦିନ, ବର୍ଷରେ ମାସ ଏବଂ ୧୦ ଟି ଇଂରାଜୀ ନର୍ସରୀ ରାଇମ୍ ପାଠ କରି ସେ ଆଜି ଇଣ୍ଡିଆ ବୁକ ଅଫ ରେକର୍ଡ ରେ ସ୍ଥାନପାଇଛନ୍ତି। ନିଜ ପୁଅ ପାଖରେ ଥିବା ଅସାଧାରଣ ପ୍ରତିଭା ଦେଖି ଉକ୍ତ ଭିଡିଓକୁ ନେଇ ତାଙ୍କ ମା IBR ରେ ଆବେଦନ କରିଥିଲେ। ରିୟାଂଶ ଙ୍କ ଏଭଳି ପ୍ରତିଭା ସମସ୍ତଙ୍କୁ ଚକିତ କରିଛି। ପିଲାଟି ବେଳୁ ପୁଅର ଏଭଳି ପ୍ରତିଭା ଦେଖି ବାପା ,ମାଆ ଏବଂ ପରିବାର ବର୍ଗ ବେଶ ଖୁସି ପ୍ରକାଶ କରିଛନ୍ତି।
