ନିଆଳି ଛେନା ଅପମିଶ୍ରିତ ରିପୋର୍ଟ ମିଳିବା ପରେ ଆକ୍ସନ ମୁଡରେ ସରକାର

                                     ବଦଳିଲେ ଖାଦ୍ୟ ସୁରକ୍ଷା ଅଧିକାରିଣୀ

କଟକ ସଦର,୨୬/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସହରକୁ ଆସୁଥିବା ନିଆଳି ଅଞ୍ଚଳର ଦୁଧ ଛେନା ଓ ପନିର ଅପମିଶ୍ରିତ ବୋଲି ହରିଆଣାରେ ଲାବୋରେଟୋରୀ ଟେଷ୍ଟ ରୁ ଜଣାପଡିଵା ପରେ ସରକାର ଆକ୍ସନ ମୁଡକୁ ଆସିଛନ୍ତି। ଏଥିପାଇଁ ଦାୟିତ୍ଵ ଓ କର୍ତ୍ତବ୍ୟରେ ଅବହେଳା ପାଇଁ କଟକ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରିଣୀ ଅମିତା ଦାସଙ୍କୁ ଅନ୍ୟତ୍ର ବଦଳି କରି ଦିଆଯାଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ଏ ସମ୍ପର୍କରେ ଗତକାଲି ଶୁକ୍ରବାର ଦିନ ‘ଓଡିଶା ସମାଚାର’ରେ ବିସ୍ତୃତ ଖବର ପ୍ରକାଶ ପାଇଥିଲା।

Leave a Reply

Your email address will not be published. Required fields are marked *