କଟକ ସଦର, ୨୨/୦୯/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଚଳିତବର୍ଷ ବର୍ଷ କଟକ ର ଐତିହାସିକ ବାଲିଯାତ୍ରା ଉପର ପଡ଼ିଆରେ ନହୋଇ ତଳ ମହାନଦୀ ପଠାରେ ହେବାକୁ ଜିଲ୍ଲା ପ୍ରଶାସନ ର ନିଷ୍ପତ୍ତିକୁ କଟକିଆ ସହଜରେ ଗ୍ରହଣ କରିପାରୁ ନାହାନ୍ତି।
ଏଥିପାଇଁ କଟକ ର ବିଭିନ୍ନ ଅନୁଷ୍ଠାନ ଅସନ୍ତୋଷ ପ୍ରକାଶ କରି ଏହାକୁ ବିରୋଧ କରୁଥିବାବେଳେ କଟକର ବରିଷ୍ଠ ବିଜେଡି ନେତା ତଥା ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ରାଜ୍ୟ ସରକାର ଙ୍କୁ ପତ୍ର ଲେଖି ଏହାର ପୁନଃର୍ଵିଚାର ପାଇଁ ଅନୁରୋଧ କରିଛନ୍ତି। ସେହିପରି କଟକ ଲୋକସଭା ସାଂସଦ ଭର୍ତୃହରି ମହତାବ ଓ କଟକ ଜିଲ୍ଲା ବିଜେପି ସଭାପତି ସୁକାନ୍ତ ବିଶ୍ୱାଳ ମଧ୍ୟ ଏଭଳି ନିଷ୍ପତ୍ତି ରୁ ଓହରିବାକୁ ସରକାର ଙ୍କ ନିକଟରେ ଦାବି କରିଛନ୍ତି। ତେଵେ ସରକାର କଟକିଆ ଙ୍କ ଭାବାବେଗ କୁ ସମ୍ମାନ ଜଣାଇ କି ପଦକ୍ଷେପ ନେଉଛନ୍ତି ତାକୁ କେବଳ ଦେଖିବାକୁ ବାକି ରହିଲା।
