ଯୁବ ସମାଜସେବୀ ଇଂ ମାନସ ଲେଙ୍କାଙ୍କ ଅକାଳ ବିୟୋଗ,ଶୋକର ଛାୟା

କଟକ ସଦର,୨୦/୦୯/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅଞ୍ଚଳର ଜନୈକ ଯୁଵ ସମାଜସେବୀ, କଟକ ସଦର ଵିଚାର ମଞ୍ଚ ର କାର୍ଯ୍ୟକାରୀ ସଭାପତି, ମଣ୍ଟେସୋରୀ ଆଗ୍ରୋଟେକ ର ପରିଚାଳନା ନିର୍ଦ୍ଦେଶକ ଇଂ ମାନସ କୁମାର ଲେଙ୍କା (୪୪) ଙ୍କର ଆଜି ଶନିବାର ପୂର୍ବାହ୍ନରେ କଟକ ର ଏକ ଘରୋଇ ହସ୍ପିଟାଲରେ  ଅକାଳ ମୃତ୍ୟୁ ଘଟିଥିବା ଜଣାପଡିଛି। ସିଏ କିଛି ଦିନ ହେଲା ଅସୁସ୍ଥ ଥିବା  ଗତ ବିଶ୍ୱକର୍ମା ପୂଜା ଦିନ  ଘରପାଖରେ ତାଙ୍କ ପ୍ରତିଷ୍ଠିତ କିଶନନଗର ବିଶ୍ୱ।ଳପଡା ଶୀତଳ ଭଣ୍ଡାର କୁ ଆସିଥିବା ବେଳେ ଜଣାପଡିଥିଲା।

ସ୍ୱାସ୍ଥ୍ୟବସ୍ଥା ଅଧିକ ବିଗିଡିଵାରୁ ତାଙ୍କୁ କଟକ ର ଏକ ହସ୍ପିଟାଲରେ ଭେଣ୍ଟିଲେଟରରେ ରଖାଯାଇଥିଲା। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଵା ବେଳେ ପଡୋଶୀ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ, ପୂର୍ବତନ ବିଧାୟକ ଚନ୍ଦ୍ର ସାରଥି ବେହେରା, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ବିଜେପି ରାଜ୍ୟ ମୂଖପାତ୍ର ଦିଲିପ ମଲ୍ଲିକ, ବିଜେପି ନେତା ପ୍ରଦୀପ ବେହେରା, ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟା ତଥା କଟକ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାସ, କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ,ପୂର୍ବତନ ଅଧ୍ୟକ୍ଷ ସତ୍ୟ ଜେନା,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଳାସ ମଲ୍ଲିକ, କଟକ ସଦର ଵିଚାର ମଞ୍ଚ ସଭାପତି ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା, ଉତ୍କଳ ବିକାଶ ପରିଷଦ ସଭାପତି ଇଂ ପ୍ରଭାତ କୁମାର ସେଠୀ, କିଶନନଗର ସରପଂଚ ସୁଜାତା ସେଠୀ ପ୍ରମୁଖ ଗଭୀର ଶୋକପ୍ରକାଶ କରିଛନ୍ତି।

ମୃତକ ଇଂ ଲେଙ୍କା ଙ୍କର ପତ୍ନୀ,ଛୋଟଝିଅ, ବାପା ବିଦ୍ୟୁତ୍ ବିଭାଗ ର ଅବସରପ୍ରାପ୍ତ ମୂଖ୍ୟ ବିଦ୍ୟୁତ୍ ଅଧିକାରୀ ଇଂ ବଟକୃଷ୍ଣ ଲେଙ୍କା ଓ ମାଆ ଥିବା ଜଣାଯାଇଛି। ଵର୍ଷା ଭିଜା ସଂଧ୍ୟାରେ ଵାଲିଶୁକ୍ରି ଶ୍ମଶାନରେ ଶୋକାକୁଳ ପରିବେଶ ରେ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ଖବର ପାଇ ବିଧାୟକ ପ୍ରକାଶ ସେଠୀ ମୃତକଙ୍କ ଘରେ ପହଞ୍ଚି ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହିତ ଶ୍ରଧାସୁମନ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *