ନିଶ୍ଚିନ୍ତକୋଇଲି,୨୧/୦୮/୨୦୨୬ (ଓଡିଶା ସମାଚାର/ଅଭୟ ଜେନା)-ନିଶ୍ଚିନ୍ତକୋଇଲି ବ୍ଲକ ସରପଡା ପଞ୍ଚାୟତ ଖଣ୍ଡସାହି ବାସୁଦେବ ଆଶ୍ରମ ପରିସରରେ ପଞ୍ଚସଖା ସତ୍ୟ ପ୍ରତିଷ୍ଠା ରାସସେବା ସ୍ୱଧର୍ମ ମହାସଭା ଆନୁକୁଲ୍ୟରେ ସ୍ୱାମୀ ଗୁରୁପାଦ ବ୍ରହ୍ମ ଅବଧୂତ ସୁକାନ୍ତ ଦାସ ମହାରାଜ ଙ୍କ ପଵିତ୍ର ସ୍ଵନକ୍ଷତ୍ର ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଦିଵସ ବ୍ୟାପି ଉକ୍ତ ଉତ୍ସବ ରେ ରାଜ୍ୟ ସ୍ତରୀୟ ସାଧୁ ସନ୍ଥ ସମ୍ମିଳନୀ, ଜ୍ଞାନ ତତ୍ତ୍ୱ ପ୍ରତିଯୋଗିତା ଓ ପାଲା ପରିବେଷଣ ସହ ହୋମ ଯଜ୍ଞ ପୂଜା ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହି ଅବସରରେ ଵିଶିଷ୍ଟ ପରିବେଶବିତ୍ ପ୍ରମୋଦ କୁମାର ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସ୍ୱାମୀ ଗୁରୁପାଦ ସୁକାନ୍ତ ଦାସ ଯୋଗଦେଇ ସକାମ ଓ ଉନ୍ନୀତ ମନୋଭାବ ରେ ସମଗ୍ର ଜୀବ ଜଗତ ର ମଙ୍ଗଳ କାମନା କରିବାକୁ ଆହ୍ୱାନ ଦେଇଥିଲେ। ଉତ୍ସବ ରେ ବରେଣ୍ୟ ଅତିଥି ଭାବେ ବାୟା ଅବଧୂତ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ ବିବେକାନନ୍ଦ ସିଂହ, ବିଶିଷ୍ଟ ଆଇନଜୀବୀ ଅମରେନ୍ଦ୍ର ନାରାୟଣ ଦାସ, ସାରସ୍ୱତ ସଂଗଠକ ଗୌତ୍ତମ ଚରଣ ଜେନା, ମହାପୁରୁଷ ଅଚ୍ୟୁତାନନ୍ଦ ସଂସ୍କୃତ ମହାବିଦ୍ୟାଳୟ ଅଧ୍ୟାପକ ପ୍ରଶାନ୍ତ କୁମାର ପଣ୍ତା ପ୍ରମୁଖ ଯୋଗଦାନ କରିଥିଲେ।ରାଜ୍ୟସ୍ତରୀୟ ତତ୍ତ୍ୱଜ୍ଞାନ ପ୍ରତିଯୋଗିତା ରେ ବିଚାରକ ଭାବେ ଧନେଶ୍ୱର ସାହୁ ଓ ବାବା ତପନ ମହାରାଜ ରହିଥିଲେଏଵଂ ଏହି କ୍ରମରେ ଅଜିତ କୁମାର ପ୍ରଧାନ ପ୍ରଥମ, ସନ୍ତୋଷ କୁମାର ଦାସ ଦ୍ୱିତୀୟ ଓ ବିଜୟ କୁମାର ଦାସ ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଥିଲେ ।
ପ୍ରାରମ୍ଭ ରେ ନାମାଶ୍ରିତ ପ୍ରଭାବତୀ ଭୂୟାଁ ସ୍ୱାଗତ ସଙ୍ଗୀତ ଓ ଶରତ ଚନ୍ଦ୍ର ରାଉଳ ଅତିଥି ପରିଚୟ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ଅଭିରାମ ଶତପଥୀ, ଶୁକଦେବ ସାହୁ, ରାମଚନ୍ଦ୍ର ବିଶ୍ୱାଳ, ଅଜୟ କୁମାର ସାମଲ, ସଞ୍ଜୟ ପରିଡ଼ା, ପଣ୍ଡିତ ଲକ୍ଷ୍ମୀଧର ମିଶ୍ର, ସନ୍ତୋଷ ନାୟକ, ଅନିରୁଦ୍ଧ ଓଝା, ମଧୁ ସାହୁ ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ। ସୁନାମଧନ୍ୟ ଗାୟକ ଅଭିରାମ ଶତପଥି ଙ୍କ ଦ୍ଵାରା ପାଲା ପରିବେଷଣ କରାଯାଇଥିଲା। ଶେଷରେ ଵିଶିଷ୍ଟ ଶିଶୁ ସାହିତ୍ୟିକ ପ୍ରଫୁଲ୍ଲ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବ ରେ ରାଜ୍ୟ ର ବିଭିନ୍ନ ପ୍ରାନ୍ତ ରୁ ବହୁ ଆଧ୍ୟତ୍ମିକ ଶ୍ରଦ୍ଧାଳୁ ମାନେ ଉପସ୍ଥିତ ରହିଥିଲେ।
